ଜିଲା ସ୍କୁଲ ଆଲୁମିନି ପକ୍ଷରୁ ମଧୁବାବୁ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ସ୍କୁଲର ପୁରାତନ ଛାତ୍ରସଂସଦ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ସଭା ଆୟୋଜିତ ହୋଇଥିଲା । ଆଲୁମିନି ସଂପାଦକ ରାଜେଶ ଗିରି ଏଥିରେ ଅଧ୍ୟକ୍ଷତା କରିଥିଲେ । ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରୀପାଠୀ, ସଂସଦର ପୂର୍ବତନ ସଂପାଦକ ଡାକ୍ତର ଶାନ୍ତନୁ କୁମାର ଦାସ, ସଦସ୍ୟ ଗୋପାଳ ଚନ୍ଦ୍ର ଜେନା, ରମାକାନ୍ତ ମହାନ୍ତି, ବରିଷ୍ଠ ସଦସ୍ୟ ଶରତ ଚନ୍ଦ୍ର ମହାପାତ୍ର, ଜିଲା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଦିକନ୍ଦ ରାଉତ ପ୍ରମୁଖ ମଞ୍ଚାସୀନ ହୋଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ସଦସ୍ୟ ବୀରେନ୍ଦ୍ର କୁମାର ପାଣି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଫକୀର ମୋହନ ସାହିତ୍ୟ ପରିଷଦ ଏବଂ ଉତ୍କଳ ସମ୍ମିଳନୀ ପକ୍ଷରୁ ଜିଲ୍ଲା ସ୍କୁଲ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ