ଜିଲ୍ଲାପାଳଙ୍କ ପରାମର୍ଶ କୋଭିଡ ଆଇନକୁ କଡାକଡି ପାଳନ କର

ବୁଗୁଡ଼ା (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ବୁଗୁଡ଼ା ଗସ୍ତରେଆସି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ଓ ନଗରାଞ୍ଚଳରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳଙ୍କ ଏହି ଗ୍ରସ୍ତକୁ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାପାଳ ବୁଗୁଡ଼ାରେ ପହଁଞ୍ଚିବା ପରେ ବ୍ଲକ୍ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସୀ ଚିତ୍ତରଞ୍ଜନ ବେହେରା, ସିଡିପିଓ ରଞ୍ଜିତା ତ୍ରିପାଠୀ, ଏନ୍. ଏ. ସି ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ, ପ୍ରମୁଖ କୋଭିଡ ଯୋଦ୍ଧା ମାନଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଥିଲେ। ବୁଗୁଡା ଅଞ୍ଚଳର ବିଭିନ୍ନ ତଥ୍ୟ ଅବଗତ ହେବାପରେ ସଂକ୍ରମଣ ରୋକିବା ଦିଗରେ ସାମାଜିକ ଦୂରତା, ମାକ୍ସ ପରିଧାନ ପ୍ରଭୃତି ପାଇଁ ଲାଗୁ ହୋଇଥିବା କଟକଣାକୁ କଡାକଡି କରିବା ପାଇଁ ଜୋର୍ ଦେଇଥିଲେ। ଭୋଜି, ବୈଠକ, ସଭା ସମିତିକୁ ବାରଣ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ଯ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଗତକାଲି ଜିଲ୍ଲାର ତିନୋଟି ଯାକ ସବଡିଭିଜନର ବିଭିନ୍ନ ବ୍ଲକକୁ ଗସ୍ତ କରିବା ସହ ପୋଲସରାରେ ଭିଡିଓ କନଫରେନ୍ସ କରି ଜିଲ୍ଲାର ସମସ୍ତ ପ୍ରାଶାସନିକ ଅଧିକାରୀ ମାନଙ୍କ ସହ ମତ ବିନିମୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ