ଚିନ୍ତା ବଢାଉଛି କରୋନା ୪୩୫ରେ ପହଞ୍ଚିଲା ପଜିଟିଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବା ଦ୍ୱାରା ଜିଲ୍ଲାବାସୀ ଓ ପ୍ରଶାସନର ଚିନ୍ତା ବଢିଛି । ଆଜି ପୁଣି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ୭ଜଣକୁ ମିଶାଇ ସଂଖ୍ୟା ୪୩୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରର ୫ଜଣ ଏବଂ କାଶୀନଗର ଓ ଗୁମ୍ମା ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ୩ଜଣ ମହିଳା ଓ ୪ଜଣ ପୁରୁଷ ଏଥିରେ ରହିଛନ୍ତି । ଏମାନଙ୍କ ବୟସ ୨୫ରୁ୬୦ ବୋଲି ସୁଚନା ମିଳିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ ଇସ୍ତହାର ମାଧ୍ୟମରେ ଏହି ସୁଚନା ପ୍ରଦାନ କରି ସମଗ୍ର ଜିଲ୍ଲାବାସୀଙ୍କୁ ଏ ନେଇ ସମ୍ପୁର୍ଣ୍ଣ ସଚେତନ ସାମାଜିକ ଦୁରତା ଓ ସୁରକ୍ଷା ରକ୍ଷା କରି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


