ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ୟୁନିଅନ ବ୍ୟାଙ୍କର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳନାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ପରାମର୍ସ କମିଟି, ସ୍ୱତନ୍ତ୍ର ଉପକମିଟି ଏବଂ ଜମା ଋଣ ଅନୁପାତ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହି ବୈଠକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାର ବିକାଶରେ ବ୍ୟାଙ୍କ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂଣଅର୍ଣ୍ଣ ବୋଲି କହିଥିଲେ । ଜିଲ୍ଲାରେ ମଟୋ ୧୮ ଗୋଟି ବ୍ୟାଙ୍କର ୬୩ ଗୋଟି ବ୍ୟାଙ୍କ ଶାଖା କାର୍ଯ୍ୟ କରୁଛି । ଏହି ବ୍ୟାଙ୍କ ମାନଙ୍କ ମୋଟ ଜମା ୨୩୫୬.୦୬ କୋଟି ଟଙ୍କା ଥିବା ବେଳେ ମୋଟ ଅଗ୍ରୀମ ଟଙ୍କା ୭୮୫.୫୬ କୋଟି ଟଙ୍କା ରହିଛି ଯାହାକି ଜମା ଋଣ ଅନୁପାତ ଏହି ହାରର ୩୩.୩୪ ପ୍ରତିଶତ ରହିଛି । ଏହି ଜମା ଋଣ ଅନୁପାତ ମୋଟ ହାର ଠାରୁ ବହୁ କମ ରହିଥିବା ପ୍ରତି ଜିଲ୍ଲାପାଳ ଓ ଆର୍‌ବିଆଇ ଡିଜିଏମ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ସମସ୍ତ ସରକାରୀ ଋଣକୁ ଅଧିକ ତ୍ୱାରାନ୍ୱିତ କରିବା ସହ ଜମା-ଋଣ ଅନୁପାତକୁ ଅନ୍ୟୁନ ଭାବେ ୪୦ ପ୍ରିତଶତକୁ ବୃଦ୍ଧି କରିବାକୁ ବ୍ୟାଙ୍କର୍ସ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସମସ୍ତ ବୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷାକରି ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରିବାକୁ ଆହ୍ୱାନ କରିଥିଲେ । ରିଜର୍ଭ ବ୍ୟାଙ୍କ ଡିଜିଏମ୍ ପ୍ରିୟରଞ୍ଜନ ଯୋଗଦେଇ ଏମ୍‌ଏସ୍‌ଏଣ୍‌ଇ ଋଣ ପରିମାଣ ବୃଦ୍ଧି କରିବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଓ ବ୍ୟାଙ୍କର୍ସ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଜିଲ୍ଲାର ବ୍ୟାଙ୍କ ନଥିବା ପଞ୍ଚାୟତ ଗୁଡିକରେ ତଥା ଅପହଞ୍ଚ ଇଲାକାର ଲୋକମାନଙ୍କୁ ବ୍ୟାଙ୍କ ଏଟିଏମ୍ ସୁବିଧା ଯୋଗାଇଦେବା ବ୍ୟବସ୍ଥା କରାଯିବାକୁ ବ୍ୟାଙ୍କର୍ସ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା କୃଷି ଅଧିକାରୀ, ବଳରାମ ଯୋଜନା ଅନ୍ତର୍ଗତ ବିଭିନ୍ନ ଶାଖାରେ ଦୀର୍ଘଦିନ ଧରି ପଡି ରହିଥିବା ଋଣ ଟଙ୍କା ମଞ୍ଜୁର କରିବା ପାଇଁ ବ୍ୟଙ୍କର୍ସ ମାନଙ୍କୁ ଅନୁରୋଧ କରିଥିଲେ । ସେହିଭଳି ଗଞ୍ଜାମ ମିଲ୍କ ୟୁନିୟନ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ରହିଥିବା ଋଣଟଙ୍କା ମଞ୍ଜର କରିବା ପାଇଁ ବ୍ୟାଙ୍କର୍ସ ମାନଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ ଉପସ୍ଥିତ ରହି କାର୍ଯ୍ୟସୂଚୀ ପ୍ରକାରେ ବୈଠକ ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡିଆରିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ, ରିଜର୍ଭ ବ୍ୟାଙ୍କର ଅଗ୍ରଣୀ ଜିଲ୍ଲା ଅଧିକାରୀ ସନ୍ତୋଷ କୁମାର ପଟନାୟକ, ଜିଲ୍ଲା ନାବାର୍ଡ ଅଧିକାୀ ସୁମନ ସୌରଭ ସାହୁ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ୟାଙ୍କର ମ୍ୟାନେଜର ଓ ଜିଲ୍ଲା ସଂଯୋଜକ, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ମିଶନ ଶକ୍ତି, ଓଏଲ୍‌ଏମ୍‌, ଏନୟୁଏଲ୍‌ଏମ, କୃଷି, ପ୍ରାଣୀସମ୍ପଦ, ଆରସେଟି ଏବଂ ଗଞ୍ଜମ ଜିଲ୍ଲା ଓମଫେଡ ମିଲ୍କ ୟୁନିୟନ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭାଗୀୟ ପ୍ରଶ୍ନ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ