ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଯାଞ୍ଚ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଂ କରାଯାଇ ଗାଡି ମୋଟର ଯାଞ୍ଚ କରାଯାଇଛି। ଯାଞ୍ଚରେ ବିନା ଗାଡି କାଗଜପତ୍ର, ହେଲମେଟ, ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା, ଚାରିଚକିଆ ବା ତା ଠାରୁ ଉର୍ଦ୍ଧ୍ୱ ଭାରି ଗାଡି ଚଳାଇବା କିମ୍ବା ଡ୍ରାଇଭିଂ ବେଳେ ସିଟ ବେଲ୍ଟ ନ ପିନ୍ଧିବା ଆଦି ଦେଖାଯାଇଥିଲା। ଏଥିରେ ଖିଲାପକାରୀଙ୍କୁ ଜୋରିମାନା ସହ ତିନିଜଣ ମଦ୍ୟପ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସନ୍ସକୁ ରଦ୍ଦ କରାଯାଇଥିଲା। ମୋଟ ୧ ଲକ୍ଷ ୪୮ ହଜାର ଟଙ୍କା ଜୋରିମାନା ବାବଦକୁ ଅର୍ଥ ସଂଗ୍ରହ କରାଯାଇଥିବା ଜୁନିୟର ଏମଭିଆଇ ଶିବାନୀ ମାଝୀ କହିଛନ୍ତି। ଗାଡି ଚାଳକଙ୍କୁ ବ୍ରିଥ ଆନାଲେଇଜର ମାଧ୍ୟମରେ ନିଶାସକ୍ତ କି ନୁହଁ ତାହା ଯାଞ୍ଚ କରାଯାଇଥିଲା। ଶିବାନୀ କହିଛନ୍ତି ଯେ, ଲୋକଙ୍କୁ ସଚେତନ କରାଯିବା ସହ ହେଲମେଟ, ସିଟ ବେଲ୍ଟ ବ୍ୟବହାର ଆଦି ପରାମର୍ଶ ଦିଆଯାଇଛି। ପରିବହନ ବିଭାଗ ସହ ସ୍ଥାନୀୟ ପୋଲିସ ମଧ୍ୟ ଯାଞ୍ଚରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଜିଲ୍ଲାର ପ୍ରତି ଅଞ୍ଚଳରେ ଏପରି ଯାଞ୍ଚ ବ୍ୟବସ୍ଥା କୁ କଡାକଡି କରାଯିବ ବୋଲି ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ