ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ କାଶୀନଗରବାସୀଙ୍କ ପ୍ରଶଂସା
ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା): ଗତକାଲି ଅପେକ୍ଷା ବଂଶଧାରା ନଦୀର ଜଳସ୍ତର ଆଜି କମିଛି । କେନ୍ଦ୍ରୀୟ ଜଳ ଆୟୋଜଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଗୁଣୁପୁରରେ ୨୨.୦ମିମି ବର୍ଷା ହୋଇଥିବା ବେଲେ କାଶୀନଗରରେ ୫୯.୦୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆନ୍ଧ୍ରରେ ଥିବା ଗୋଟା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲା ଯାଇଥିବା ଯୋଗୁଁ ଜଳ ନିଷ୍କାସନର ପରିମାଣ ବଡିଛି ଓ ୫୩.୪୦ମିରେ ଜଳସ୍ତର ରହିଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଗୋଟା ବ୍ୟାରେଜ୍ର ସମସ୍ତ ଗେଟ ଖୋଲିବା ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଆନ୍ତରିକ ଉଦ୍ୟମକ ଯୋଗୁଁ ସମ୍ଭପର ହୋଇ ପାରିଛି ବୋଲି କାଶୀନଗରବାସୀ ଜନସାଧାରଣ ମତ ଦେଇଛନ୍ତି । କହିଛନ୍ତ ଯେ, ବନ୍ୟା ଆଶଙ୍କାକୁ ଏଡାଇବା ପାଇଁ ନିଜେ ଜିଲ୍ଲାପାଳ ଗୋଟା ବ୍ୟାରେଜକୁ ଯାଇ ସେଠାକାର ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିବା ଦ୍ୱାରା ଉକ୍ତ କାର୍ଯ୍ୟ ସାଧିତ ହୋଇ ପାରିଛି । ପ୍ରଶାସନକୁ ଜନାଭିମୁଖୀ କରାଇବା ଦିଗରେ ଏହା ଏକ ଅନୁକୂଳ ପଦକ୍ଷେପ ।


