ଜିଲ୍ଲା ରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନଙ୍କୁ ଶୀଘ୍ର ପଦୋନ୍ନତି ଦେବା ଲାଗି ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନଙ୍କୁ କ୍ୟାଡେର ରୁଲ ପ୍ରକାରେ ଶୀଘ୍ର ପଦୋନ୍ନତି ଦେବା ସକାଶେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନୀତା ସେନାପତିଙ୍କୁ ଭେଟି ଏକ ଲିଖିତ ଦାବି ପ୍ରଦାନ କରିଥିଲେ । ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇଁ ଏକ ସମୟ ସାରଣୀ ପ୍ରକାଶ ପାଇଥିଲା । ଯାହାର ଅନ୍ତିମ ତାରିଖ ୩୧.୦୫.୨୦୨୩ ରହିଥିଲା । ଉକ୍ତ ସମୟ ମଧ୍ୟରେ ଅନ୍ୟ ଜିଲ୍ଲାର ଶିକ୍ଷା କାର୍ଯ୍ୟାଳୟ ସଠିକ୍ ବ୍ୟବସ୍ଥା ଗ୍ରହଣ କରି ସେମାନଙ୍କ ଜିଲ୍ଲାର ଶିକ୍ଷକ ମାନଙ୍କର ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ନିତ କରିପାରିଲେ କିନ୍ତୁ ବଡ ଦୁଃଖ ପରିତାପର ବିଷୟ ଏହିକି ଯେ , ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ହୋଇଥିବା ସ୍ଥଳେ ସେଥିପ୍ରତି ଭୂକ୍ଷେପ ନକରି ଜିଲ୍ଲାପ୍ରାଥମିକ ଶିକ୍ଷକ ମାନଙ୍କୁ ପ୍ରଦତ୍ତ ସମୟ ମଧ୍ୟରେ ପଦୋନ୍ନତି ଦିଆଯାଇ ପାରିଲା ନାହିଁ । ଯାହା ଫଳରେ ଜିଲ୍ଲାର ବହୁ ବରିଷ୍ଠ ଶିକ୍ଷକ /ଶିକ୍ଷୟତ୍ରୀ ପଦୋନ୍ନତି ନପାଇ ଅବସର ଗ୍ରହଣ କରିଛନ୍ତି । ପେନସନରେ ଆର୍ଥିକ କ୍ଷତି ସହୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଜୁନ ମାସ ମଧ୍ୟରେ ଜିଲ୍ଲାର ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ପଦୋନ୍ନତି ଦେବା ସକାଶେ ସେମାନେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତି ସେନାପତିଙ୍କ ନିକଟରେ ଗୁହାରି କରିଛନ୍ତି । ପରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏନେଇ ଆଉ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ଦାବିି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସାରଥି ପାତ୍ର, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାରଣା, ସଂଯୋଜକ ଦେବବ୍ରତ ପଟ୍ଟନାୟକ,ସହ -ସମ୍ପାଦକ ସମୀର କୁମାର ଜେନା, ଅମିତାଭ ମିଶ୍ର, ବିଜୟ କୁମାର ଦାଶ, ରାଜେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ କୁମାର ବେହେରା, ଦିଲ୍ଲୀପ କୁମାର ବେହେରା, ଲକ୍ଷ୍ମୀକାନ୍ତ ପଣ୍ଡା, ଅନ୍ନଦା ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ପୃଷ୍ଟି, ଅଭିରାମ ନାୟକ ଓ ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ