ବିଧାୟକଙ୍କ ଦ୍ୱାରା ଆହାର କିଚେନ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା):ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଆହାର କେନ୍ଦ୍ର ରେ ଏସଏଚଜି ମହିଳା ଗୋଷ୍ଠୀର ସଦସ୍ୟ ମାନଙ୍କୁ ନିଯୁକ୍ତି କରାଯାଇ ସେମାନଙ୍କ ଆର୍ଥିକ ସମୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଠାରେ ଥିବା ଆହାର କେନ୍ଦ୍ର କୁ ଆହାର ଯୋଗାଇଦେବା ପାଇଁ ସ୍ଥାନୀୟ ନୂଆଷ୍ଟାଣ୍ଡ ଠାରେ ଶୁକ୍ରବାର ଏକ ଆହାର କିଚେନର ଶୁଭାରମ୍ଭ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଙ୍କ ସମେତ ସମସ୍ତ କାଉନସିଲର ମାନେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହାକୁ ସୁପରିଚାଳନା କରିବା ପାଇଁ ଛତ୍ରପୁର ଏନଏସି ୪ ନମ୍ବର ୱାର୍ଡର ବିଜୟଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେମାନେ ଦୈନିକ ୩୦୦ ଜଣଙ୍କ ପାଇଁ ରୋଷେଇ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ମହିଳା ମାନେ ପୂର୍ବରୁ ଘର କୋଣରେ ବସି କୌଣସି କାମ ପାଉନଥିବା ବେଳେ ସରକାରଙ୍କ ପକ୍ଷରୁ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ସେମାନେ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ