ଜିଲ୍ଲା ସ୍ତରୀୟ ମହିଳା ଦିବସ ସମାରୋହ

ଛତ୍ରପୁର, (ଦେବଦତ୍ତ ମହାରଣା):ମହିଳା ମାନେ ଅବଳା କିମ୍ବା ଦୁର୍ବଳା ନୁହନ୍ତି, ବରଂ ସେମାନେ ସର୍ବଂସହା ମାତା ଧରିତ୍ରୀ ପରି । ସେ ଅସାଧାରଣ , ସେ ଧୈର୍ଯ୍ୟ, ସାହସ ଓ ସୃଜନଶୀଳତାର ପ୍ରତିରୂପ । ନାରୀ ମାନଙ୍କ ସାମଗ୍ରୀକ ବିକାଶ ଓ ସେମାନଙ୍କର ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗତକାଲି ଅର୍ଥାତ ୯ ତାରିଖ ଦିନ ଜିଲ୍ଲା ପରିଷଦ ଗଞ୍ଜାମ ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କିର୍ତ୍ତୀ ଭାସନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମହିଳା ମାନେ ରାଷ୍ଟ୍ର ଗଠନର ମୁଖ୍ୟ କର୍ଣ୍ଣଧାର । ମହିଳା ମାନଙ୍କର ବିନା ପ୍ରଗତିରେ ଦେଶର ପ୍ରଗତି ହୋଇ ପାରିବ ନାହିଁ । ମହିଳା ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ଆମ ସମସ୍ତଙ୍କର ଦାୟୀତ୍ବ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି ଯୋଗ ଦେଇ କହିଥିଲେଯେ, ମହିଳା ମାନଙ୍କୁ ସବୁକ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଦେବା ଓ ମହିଳା ମହିଳା ମାନେ ଯେପରି ସ୍ବାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ସେଥିପ୍ରତି ଆମେ ସମସ୍ତେ ମିଳିମିଶି କାମ କରିବା ଉଚିତ । ଏହି ଅବସରରେ ବିଗତ ଦିନ ମାନଙ୍କରେ ମହିଳା ମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।ବୈଠକର ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ସ୍ବାଗତ ଭାଷଣ ଦେବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ ଯୋଗଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ବୈଠକକୁ ସଂଚାଳନା କରିଥିଲେ । ଏହି ଅବସରରେ ୨୦୨୨-୨୩ ରେ ଉତ୍ତମ କାର୍ଯ୍ୟ ପାଇଁ ବେଷ୍ଟ ସିଡିପିଓ, ବେଷ୍ଟ ସୁପରଭାଇଜର୍, ବେଷ୍ଟ ଅଙ୍ଗନଓ୍ବାଡି କର୍ମୀ, ବେଷ୍ଟ କିଶୋର କିଶୋରୀ ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ମାନୀତ କରାଯାଇଥିଲା । ପରିଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।ଏହି କାର୍ଯ୍ୟକ୍ରମର ଗଞ୍ଜାମ ଜିଲ୍ଲା ସମସ୍ତ ସିଡିପିଓ, ସୁପରଭାଇଜର, ଅଙ୍ଗନଓ୍ବାଡି କର୍ମୀ, ଚାଇଲଡ୍ ଲାଇନ୍, ସଖୀ ଓ୍ବାନ ଷ୍ଟପ୍ ସେଣ୍ଟର ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ