ଏପ୍ରିଲ ୧ରୁ ଯୁବ- ସମ୍ବାଦ ଭାରତ ୨୦୪୭ର ଶୁଭାରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଭାରତ ପାଳନ କରୁଛି ଆଜାଦୀ କି ଅମୃତ ମହୋତ୍ସବ । ୨୦୪୭କୁ ଭାରତର ସ୍ୱାଧୀନତାକୁ ପୁରିବ ୧୦୦ ବର୍ଷ । ଏନେଇ ଦେଶ ପାଳିବ ସ୍ୱାଧୀନତାର ଶତବାର୍ଷିକୀ ଉତ୍ସବ । ୨୦୪୭ ସମ୍ପର୍କରେ ଦେଶର ଯୁବପିଢ଼ୀଙ୍କୁ ଅବଗତ କରାଇବା ନିମନ୍ତେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ଯୁବ-ସମ୍ବାଦ ୨୦୪୭ କାର୍ଯ୍ୟକ୍ରମ ଏପ୍ରିଲ ୧ ତାରିଖରୁ ମଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଅଛି । ଏହି କାର୍ଯ୍ୟକ୍ରମ ଭାରତର ପ୍ରତିଜିଲ୍ଲାରେ ଥିବା ବିଭିନ୍ନ ଯୁବ ସାମାଜିକ ସଂଗଠନ ସହଯୋଗରେ ଆୟୋଜନ କରାଯିବ । କାର୍ଯ୍ୟକ୍ରମରେ ବିଶେଷ ରୂପେ ଜ୍ଞାନ ଥିବା ବ୍ୟକ୍ତିମାନେ ଯୋଗଦେଇ ଆଲୋଚନା କରିବେ । ତତ୍ସହିତ ଭାଗନେଇଥିବା ଯୁବକ, ଯୁବତୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅଭିଜ୍ଞ ବ୍ୟକ୍ତିବିଶେଷମାନେ ରଖିବେ । ଯେଉଁ ଯୁବ ସାମାଜିକ ସଂଗଠନର ପରିଚାଳନାରେ ଯଥେଷ୍ଟ ସାଙ୍ଗଠନିକ ଅଭିଜ୍ଞତା ରହିଥିବ ସେମାନେ ଜିଲ୍ଲା ଯୁବ ଅଧିକାରୀ ନେହେରୁ ଯୁବକେନ୍ଦ୍ର ସଂଗଠନ ୭୧, ଭି.ଆଇ.ପି. ଏରିୟା, ଆଇ.ଆର୍.ସି. ଭିଲେଜ, ଭୁବନେଶ୍ୱର ସହ ଯୋଗାଯୋଗ କରିବକେୁ ସଂଗଠନ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ।


