ଜିଲ୍ଲା ସ୍ତରୀୟ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନ୍ୟାୟ ପାଇବା କେବଳ କୋର୍ଟ ଭିତ୍ତିକ ଆଇନ ସେବାରେ ସୀମିତ ନୁହେଁ । ଲୋକଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଓ ମାଗଣା ଆଇନ ସେବା ଉପଲବ୍ଧ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାଳିତ ହେଉଥିବା ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା ଦୈାରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି ମତବ୍ୟକ୍ତ କରିଥିଲେ । ରବିବାର ସକାଳେ କେନ୍ଦ୍ରାପଡା ପୈାର ପରିଷଦ ଟାଉନହଲ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ଶିବିରକୁ ଜିଲ୍ଲାଜଜ ଶ୍ରୀ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରଦାନ କରାଯାଉଥିବା ମାଗଣା ଆଇନ ସେବାର ସୁଯୋଗ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଦରିଦ୍ର, ଅଶିକ୍ଷିତ, ନିର୍ଯ୍ୟାତିତ ଓ ନିଷ୍ପେସିତ ଲୋକମାନେ ନିଜ ଅଧିକାର ଓ ସମ୍ବିଧାନ ପ୍ରଦତ୍ତ ଆଇନଗତ ସୁବିଧା ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ । ଧାରା ୧୪ସହ ୩୯(କ) କୁ ଯୋଡାଗଲା ପରେ ୧୯୯୫ ମସିହା ଠାରୁ କାର୍ଯ୍ୟକାରୀ ହେଉଥିବା ଲିଗାଲ ସର୍ଭିସ ଆକ୍ଟ ଅନୁଯାୟୀ ସାରା ଦେଶରେ କେନ୍ଦ୍ର ଠାରୁ ଆରମ୍ଭ କରି ତାଲୁକସ୍ତର ପର୍ଯ୍ୟନ୍ତ ୬ଗୋଟି ଆଇନସେବା ପ୍ରାଧିକରଣ ଅଥରଟି / କମିଟି କାର୍ଯ୍ୟ କରୁଛି ବୋଲି ଜିଲ୍ଲାଜଜ ଶ୍ରୀ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ । ଏହି ଶବିରରେ ଅତିରିକ୍ତ ଜିଲ୍ଲାଜଜ ତଥା ସ୍ୱତନ୍ତ୍ର ଜଜ(ପୋକ୍ସୋ)ପ୍ରଣତି ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ୍ ପୂଜା ଷଡଙ୍ଗୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର ରମାଦେବୀ ସୋରେନ, ଅତିରିକ୍ତ ବରିଷ୍ଠ ସିଭିଲ ଜଜ ସ୍ନିଗଧା ପଣ୍ଡା, ଏସ.ଡି.ଜେ.ଏମ. ନିତିଶା ଚଣ୍ଡକ, ଜେ.ଏମ.ଏଫ.ସି. ଶ୍ରୁତକୃତୀ ଆଚାର୍ଯ୍ୟ, ଜେ.ଏମ.ଏଫ.ସି. ସୁଶ୍ମିତା ପ୍ରିୟଦର୍ଶିନୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପ ଆରକ୍ଷୀ ଅଧିକ୍ଷକ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡା ବାର ଆସୋସିଏସନ ସଭାପତି ଧ୍ରୁବ ଚରଣ ଜେନା, ଜିଲ୍ଲା ସ୍ତରୀୟ ଅଧିକାରୀ, ଆଇନଜୀବୀ, ପାରାଲିଗାଲ ସ୍ୱେଛାସେବୀ, ବୁଦ୍ଧିଜୀବି, ହିତାଧିକାରୀ ଓ ଜନସାଧାରଣ ଯୋଗଦେଇଥିଲେ । ଏହି ଶିବିରରେ ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ସମାଜ ମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ସ୍ୱଳ୍ପ ସଞ୍ଚୟ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ପୋଲିସ ବିଭାଗ, ଜିଲ୍ଲା ନିର୍ବାଚନ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ୧୦ଟି ଷ୍ଟଲ ଖୋଲାଯାଇ ହିତାଧିକାରୀମାନଙ୍କୁ ବିଭିନ୍ନ ଯୋଜନାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ୟାନେଲ ଲୟାର ଗଦାଧର ଶତପଥୀ, ରାଜୀବ କୁମାର ପାତ୍ର, ସ୍ୱୟଂ ପ୍ରକାଶ ଦାସ, ବିଚିତ୍ର କୁମାର ସାହୁ, ଗଗନବିହାରୀ ଖଟୁଆ, ମୃତ୍ୟୁଞ୍ଜୟ ସ୍ୱାଇଁ, ଚୈତନ୍ୟ ମଲ୍ଲିକ, ସୁଶାନ୍ତ କୁମାର ମହାନ୍ତି, ମହେଶ ସେଠୀ, ରଞ୍ଜନ କୁମାର ସାମଲ ପ୍ରମୁଖ ଶିବିର କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ । କୋରୁଆ ପଲ୍ଲିଶ୍ରୀ ମହିଳା ସମିତିର ଅନ୍ତେବାସୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ