ଜିଲ୍ଳା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱର ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ବୁଧବାର ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିରୁପେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତି ନିବେଦିତା ମହାନ୍ତି ଯୋଗଦେଇ ଏ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯିବା ଫଳରେ ଜନସାଧାରଣରେ ଏ ସଂପର୍କରେ ଅବଗତ ହେବା ସହ ଦୁର୍ନୀତିକୂୁ ହ୍ରାସ କରିବା ଦିଗରେ ଏହି ସଚେତନତା ଶିବିରି ସହଯୋଗ ହୋଇପାରିବ ବୋଲି ନିଜର ମତ ରଖିଥିଲେ । ସମ୍ମାନୀତ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ. ବି, ଯୁଗଳ କିଶୋର ଆଧୁନିକ ।ନ କୈାଶଳରେ ।ନ ଥାନା ଗୁଡିକରେ ଜନସାଧାରଣଙ୍କୁ ସୁବିଧା ପାଇପାରୁଥିବା କହିଥିଲେ । ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡକ୍ଟର ସିତାଶୁଂ କୁମାର ସାମଲ ନିଜର ବକ୍ତବ୍ୟ ଉପସ୍ଥାପନା କରିଥଲେ । ସଭାର ପ୍ରାରମ୍ଭରେ ଭିଜିଲାନ୍ସ ଏସପି ସୁନିଲ କୁମାର ସେନାପତି ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଜନସାଧାରଣଙ୍କ ତରଫରୁ ସାମ୍ବାଦିକ ଶ୍ରୀ ସତ୍ୟପ୍ରିୟ ମହାନ୍ତି ଏବଂ ଅବସରପ୍ରାପ୍ତ ପ୍ରାଧାପକ ଶ୍ରୀ ଶତୃଘ୍ନ ମଲ୍ଳୀକ ପ୍ରମୁଖ ଦୁର୍ନୀତି ନିବାରଣ ସଂପର୍କରେ ଜନସାଧାରଣଙ୍କ ସଂପର୍କରେ ଦୃଷ୍ଟିଭଙ୍ଗି ଉପରେ ମତ ପ୍ରଦାନ କରିଥିଲେ ।ଆୟୋଜିତ ବକୃତା ପ୍ରବନ୍ଧ ସ୍ଳୋଗାନ ଓ ପୋଷ୍ଟର ଆ କାର୍ଟୁନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ କାର୍ଯ୍ୟକ୍ରମରେ ବିଶେଷ ସହାୟତା ପ୍ରଦାନ ସକାଶେ ସ୍ଥାନୀୟ ରୋଟାରି କ୍ଲବ ପକ୍ଷକୁ ପ୍ରଂଶସା ସୂଚକ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁବାସ ନିଆଲ ସଂଯୋଜନା କରିଥିଲେ । ପୂର୍ବାହ୍ନରେ ସ୍କୁଲ କଲେଜର ଛାତ୍ରଛାତ୍ରୁୀ ମାନଙ୍କୁ ନେଇ ଏକ ସଚେତନତା ର୍ୟାଲିର ଆଲୋଚନା କରାଯାଇଥିଲା । ଏହା ସହ ସ୍ଥାନୀୟ ସ୍କୁଲ ପରିସରରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ପୂର୍ବରୁ ରୋଟାରୀ କ୍ଳବ ସହାୟତାରେ ଏକ ସଦଭାବନା ଗଣଦୈାଡ ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଯୁବ୍କ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ ।ଏହି ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଭିଜିଲାନ୍ସ ଏସପି ପ୍ରକାଶ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଭିଜିଲାନ୍ସ ପ୍ରକାଶ କରିଛନ୍ତି ।ଏହା ସହ ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ସ୍କୁଲ ଠାରେ ଇନଟିଗ୍ରିଟି କ୍ଲବ ଗଠନ କରି ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ନୀତି କୁ ମୃଳପୋଛ କରିବା ସହ ସୁସ୍ଥ ସମାଜ ଗଠନ ଗଢିବାକୁ ଶପଥ ପାଠ କରିଥିଲେ ।


