ଜୁଆ ଆଡ୍ଡା ଉପରେ ଚଢ଼ାଉ;୧୩ ଗିରଫ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଗାଙ୍ଗପୁର ପୋଲିସ ୧୧ ତାରିଖ ଦିନ ସଂଧ୍ୟାରେ ପେଟ୍ରୋଲି କରୁଥିବା ବେଳେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩୨୯୭୦ ଟଙ୍କା, ତାସ୍,୫ ଟି ମୋବାଇଲ ଜବତ କରିବା ସହ ୧୩ ଜଣକୁ ଗିରଫ କରିଛି ।ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ନିକଟ କେନାଲ୍ ପାଖରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୭ ଜଣକୁ ଗିରଫ କରିବା ସହ ୧୯୮୦୦ ଟଙ୍କା, ତାସ୍ ଏବଂ ୪ ଟି ମୋବାଇଲ ଜବତ କରିଛି ଏବଂ ୨୨୮/୨୦ରେ ଏକ ମାମଲା ରୁଜ୍ଜୁ କରିଛି ।ସେହିପରି ଏହି ଥାନା ଅନ୍ତର୍ଗତ ନୁଆ ବୋରୀ ରାସ୍ତା କଡରେ ଚାଲିଥିବା ଜୁଆ ଖେଳ ଉପରେ ଚଢ଼ାଉ କରି ୧୩୧୭୦ ଟଙ୍କା,ଗୋଟିଏ ମୋବାଇଲ, ତାସ୍ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ଏବଂ ୨୨୯/୨୦ରେ ଏକ ମାମଲା ରୁଜ୍ଜୁ କରିଥିବା ଗାଙ୍ଗପୁର ପୋଲିସ ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ