ଇନ୍ଧିରା ଗାନ୍ଧୀଙ୍କ ୩୬ତମ ତିରୋଧାନ ଦିବସ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୩୬ତମ ତିରୋଧାନ ଦିବସ ଶନିବାର ହିଞ୍ଜିଳି ବ୍ଳକ ଓ ପୌରାଂଚଳ କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି । ଶନିବାର ସକାଳେ କିଶାନ କ୍ଷେତ ମଜଦୁର କଂଗ୍ରେସ ରାଜ୍ୟ ସମ୍ପାଦକ ପଦ୍ମ ଚରଣ ସାହୁ ଓ ପୌରାଂଚଳ ଯୁବ ନେତା କହ୍ନେୟାଲାଲ ସାବତଙ୍କ ତତ୍ୱାବଧାନରେ ଦଳୀୟ କର୍ମୀ ମାନେ ସ୍ଥାନୀୟ ପୌରାଂଚଳ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱର୍ଗତା ଗାନ୍ଧୀଙ୍କ ଗୁଣଗାନ କରିଥିଲେ । ପରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ନଗର କଂଗେସ ସଭାପତି ସୁନାରମା ସାବତ, ରାମ ନାରୟାଣ ବିଶ୍ୱାସରାୟ, ବୁଲୁ ନାହାକ, ସନ୍ତୋଷ ଆଚାରୀ, ଲିଟୁ ସାହୁ, ଚନ୍ଦନ ଆଚାରୀ, ଅନିଲ ପଣ୍ଡା, ଶ୍ରୀକାନ୍ତ ପରିଡ଼ା, ପ୍ରବୀଣ ସାହୁ, ପର୍ଶୁ ସାହୁ, କବିରାଜ ପ୍ରଧାନ, ସିମାଂଚଳ ନାୟକ, ପି, ବୁଧିଆ, ପି. ଡ଼ମ୍ବୁରୁ, ଗୋପିନାଥ ନାୟକ, ଉପେନ୍ଦ୍ର ଗୌଡ଼ଙ୍କ ସମେତ ବହୁ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ ।


