ଜୁଲାଇ ୨୮ ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛି ଲାଲ୍ ବାହିନୀ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ଜୁଲାଇ ୨୮ ତରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ଲାଲବାହିନୀ ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ମାଓ ଅଧ୍ୟୁଷିତ ଜିଲ୍ଲା ସୀମାନ୍ତ ରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ମାଓବାଦୀ ସଂଗଠନର ସି ପି ଆଇ ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି କଳାହାଣ୍ଡି ଆଦି ଜିଲ୍ଲାରେ ମାଓବାଦୀମାନେ ପୋଲିସ କ୍ୟାମ୍ପ କୁ ଟାର୍ଗେଟ କରିବା ସମ୍ଭାବନା ରହିଛି । ମାଓ ପ୍ରବଣ ଇଲାକାରେ କମ୍ବିଂ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ ଜିଲ୍ଲାରେ ସୀମା ଓ ପ୍ରବେଶ ପଥକୁ ସିଲ୍ କରି ଚେକିଂ ଓ ବ୍ଲକିଂ ଜାରି ରହିଛି । ସର୍ଚ୍ଚ ଅପରେସନ ଚଳାଇଛନ୍ତି ଏସଓଜି, ବିଏସଏଫ ଓ ସିଆରପିଏଫ ଯବାନ ଏ ନେଇ କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର ଏକ ଭିଡିଓ ଟେ ପ ଜାରି କରି ସୂଚନା ଦେଇଛନ୍ତି


