ଜୟପ୍ରକାଶ ନାରାୟଣ ଥିଲେ ସାମ୍ୟବାଦ ଓ ଗଣତନ୍ତ୍ରର ମହାନ ପୁରୋଧା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ୟବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ, ସମାଜସେବୀ, ଭାରତରତ୍ନ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧର ମୁଖ୍ୟ ପୁରୋଧା ଜୟପ୍ରକାଶ ନାରାୟଣଙ୍କ ୪୪ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜନା ଓ ସଭାପତିତ୍ୱ କରି ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ସେ ସମଗ୍ର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ସାଧାରଣ ଜନତାଙ୍କ ପାଇଁ ତାଙ୍କ କର୍ମ, ନିଷ୍ଠା ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ଜେପି ନାମରେ ସୁପରିଚିତ ହେବା ସହିତ ସମଗ୍ର ରାଷ୍ଟ୍ର ପ୍ରତି ସମର୍ପିତ ଭାବେ କାର୍ଯ୍ୟ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ମରୋଣତ୍ତର ଭାରତରତ୍ନ ପ୍ରଦାନ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା, ରମେଶ ଚନ୍ଦ୍ର ପାତାଳସିଂ, ଗିରିଜା ମହାପାତ୍ର, ପ୍ରବୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ