ଜୟବୀର ହନୁମାନ ମନ୍ଦିରରେ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀଜୟବୀର ହନୁମାନ ମନ୍ଦିରରେ ଗତକାଲି ଠାରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଗତକାଲି ଠାରୁ ଏକ ସପ୍ତାହ ବ୍ୟାପୀ ସନ୍ଧ୍ୟା ୬.୩୦ ରୁ ରାତ୍ର୯ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ଦିଗପହଣ୍ଡି ଚାମୁଣ୍ଡେଶ୍ୱରୀ ମନ୍ଦିରର ସାଧ୍ୱୀ ସତ୍ୟପ୍ରଜ୍ଞା ଏହି ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ପ୍ରଦାନ କରୁଛନ୍ତି । ଶ୍ରୀଜୟବୀର ହନୁମାନ ମନ୍ଦିର କମିଟିର କୈଳାସ ପଟ୍ଟନାୟକ, ନରସିଂହ ପଟ୍ଟନାୟକ, ବୀରକିଶୋର ପଟ୍ଟନାୟକ,ବ୍ରଜକିଶୋର ପଟ୍ଟନାୟକ,ରାମପ୍ରସାଦ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ଶୁଣିବା ପାଇଁ ଭକ୍ତଙ୍କ ବେଶ୍ ଭିଡ ଜମୁ ଥିବା ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ