ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷୟ ବି‌ଶ୍ୱାଳ): ବହଳଦା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବୋଷ ସରକାରୀ ଉ.ପ୍ରା.ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତିଙ୍କୁ ଶିକ୍ଷକ ଶିବନନ୍ଦନ ମହାନ୍ତଙ୍କ ସଭାପତି‌ତ୍ୱରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କାର୍ଯ୍ୟନିବୃତ୍ତ ଗୋଷ୍ଠୀ ସାଧନ କର୍ମୀ ରାମକୃଷ୍ଣ ମହାନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାନସଭା ସଭ୍ୟ ସାଇବା ସୁଶିଲ କୁମାର ହାଁସଦାଃ ଯୋଗ ଦେଇଥିଲେ । ଠିକ୍ ସେହିପରି ବରେଣ୍ୟ ଅତିଥି ଭାବେ କାର୍ଯ୍ୟନିବୃତ୍ତ ବହଳଦା ବିଇଓ ଚିତ୍ତରଞ୍ଜନ ବେହେରା, କାର୍ଯନିବୃତ୍ତ ବିଆରସିସି ବିଭୁତି ଭୂଷଣ ପଲେଇ,ଏବିଇଓ ଭୂତନାଥ ସିଟ୍ ଓ ଜୟମୁନି ବେହେରା, ଗମ୍ଭାରିଆ କ୍ଲଷ୍ଟର ସିଆରସିସି ଆଶିଷ କୁମାର ମହାନ୍ତି, ବିଜାତଳା ବ୍ଳକ୍ ଛଣପାଳ ପ୍ରା.ବି.ର ପ୍ରଧାନଶିକ୍ଷକ କୁମୁଦିନୀ ମହାନ୍ତ ଯୋଗ ଦେଇଥିଲେ। ସମସ୍ତ ଅତିଥିବୃନ୍ଦ କାର୍ଯ୍ୟନିବୃତ୍ତ ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତିଙ୍କୁ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ବର୍ଣ୍ଣନା କରି ଭୂୟସୀ ପ୍ରଶଂସା କରିବା ସଙ୍ଗେସଙ୍ଗେ ତାଙ୍କର ଶିକ୍ଷକତା ଜୀବନର ସମସ୍ତ କାର୍ଯ୍ୟ ଦକ୍ଷତାକୁ ସମ୍ମାନ ଜଣାଇଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି ଉପସ୍ଥିତ ଶିକ୍ଷକ ସମାଜକୁ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ ଓ ନିଜର ବୃତ୍ତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ଉପସ୍ଥିତ ଅତିଥି ମାନଙ୍କ ‌ଦ୍ୱାରା ଶ୍ରୀମତୀ ମହାନ୍ତିଙ୍କୁ ମାନପତ୍ର, ଉପଢୌକନ ତଥା ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀମତୀ ମହାନ୍ତିଙ୍କ ଶିକ୍ଷକତା ଜୀବନର ସ୍ମୃତିଚାରଣ କରିଥିଲେ ଯଥାକ୍ରମେ ଶିକ୍ଷକ ଦଶରଥ ମହାନ୍ତ, ଚୂଡାମଣି ବେହେରା, ତରଙ୍ଗ ବୀର ମହାନ୍ତ, ସୁନୀଲ କୁମାର ମିତ୍, ଗଜେନ୍ଦ୍ର ପ୍ରସାଦ ଦାସ, ସରତୀ ଗୋୱାଲ, ହୟଗ୍ରୀବ ସିଂ ମହନ୍ତ, ତାପସ କୁମାର ଦାସ, ରୂପଲାଲ ମହାନ୍ତ, ଅଶୋକ କୁମାର ସାହୁ, ପେମାବତୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଅଶୋକ କୁମାର ବେହେରା, ବୁଧୁରାୟ ହାଁସଦାଃ, ଉଷାରାଣୀ ମଣ୍ଡଳ ଓ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ। ଶେଷରେ ଶିକ୍ଷକ ଦଶରଥ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ