ଝିଅକୁ ରକ୍ଷା କରିବାକୁ ଯାଇ ବୃଦ୍ଧ ବାପା ଗୁରୁତର ଥାନାରେ ଝିଅର ଅଭିଯୋଗ, ଥାନାରେ ୫ ଅଟକ
ନାଉଗାଁ,(ୱାଇଏନ୍ଏସ୍): ନାଉଗାଁ ଥାନା ଅଧିନ କୋରୁଅ ପଂଚାୟତସ୍ଥିତ କୋରୁଅ ଗ୍ରାମର ଝିଅ ଘରକୁ ଜୈନିକ ବୃଦ୍ଧ ବାପା ଆସି ଝିଅର ପଡୋଶୀଙ୍କ ଆକ୍ରମଣରେ ଗୁରୁତର ହୋଇ କଟକ ବଡ ମେଡିକାଲ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ହେବା ପରେ ଥାନା ପକ୍ଷରୁ ୫ ଜଣ ଆଣି ଅଟକ ରଖାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଉକ୍ତ ଗ୍ରାମର ଶାନ୍ତିଲତା ଭୋଇଙ୍କ ବାପା ମାଗୁ କାଣ୍ଡି ଓ ତାଙ୍କ ବିବାହିତା ଝିଅ ଘରେ ଥିବା ସମୟରେ ତାଙ୍କ ପଡୋଶୀ ଉଲ୍ଲାସ ଭୋଇ, କାହ୍ନୁ ଭୋଇ, କାଳନ୍ଦି ଭୋଇ, ତ୍ରିନାଥ ଭୋଇ, ସନ୍ତୋଷ ଭୋଇ, ରାଜେଶ ଭୋଇ ପ୍ରମୁଖ ଘର ସମ୍ମୁଖକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ମୁଁ ଏହାର ପ୍ରତିବାଦ କରିବାରୁ ସମାନେ ଘରେ ପଶି ଜିନିଷପତ୍ର ଫୋପଡା ଫୋପଡି କରିବା ସହିତ ମୋତେ ଓ ମୋ ଝିଅର ଚୁଟିକୁ ଧରି ସର୍ବସାଧାରଣ ସ୍ଥାନରେ ଆମର ଲୁଗାକୁ ଟାଣିଥିଲେ । ଆମେ ଚିତ୍କାର କରିବାରୁ ମୋର ବୁଢା ବାପା ଆସି ଆମକୁ ଉଦ୍ଧାର କରିବାକୁ ଚେଷ୍ଠା କରିଥିଲେ । ଏହି ସମୟରେ ଆସାମୀମାନେ ଆମକୁ ମାରଧର କରିବା ସହିତ ଆମ ତଂଟିକୁ ଗାମୁଛାରେ ଜାବୁଡି ଧରିଥିଲେ । ମୋର ବାପା ଏହାକୁ ଦେଖି ଡାକ ପକାଇବାରୁ ସେମାନେ ଧରିଥିବା ରଡରେ ତାଙ୍କ ମୁଣ୍ଡକୁ ବାଡେଇ ଦେଇଥିଲେ । ଯାହାଫଳରେ ମୋ ବାପା ଚେତା ଶୂନ୍ୟ ହୋଇ ପଡିଥିଲେ । ଏହି ସମୟରେ ଆସାମୀମାନେ ଆମ୍ଭମାନଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ କିରୋସନି ଢାଳୁଥିବା ସମୟରେ ପୋଲିସ ବାବୁ ଆସି ତାଙ୍କ କବଳରୁ ଆମକୁ ଉଦ୍ଧାର କରିଥିଲେ । ମୋ ବାପାଙ୍କ ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ମେଡିକାଲ ନିଆଯାଇଥିଲା । ସେଠାରେ ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ଚିତ୍କିସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଏବେ ଚିକିତ୍ସିତ ହେଉଥିବା ଶନ୍ତିଲତା ଅଭିଯୋଗରେ ଦର୍ଶାଇଛନ୍ତି । ନାଉଗାଁ ପୋଲିସ ପକ୍ଷରୁ ଅଭିଯୋଗକୁ ଭିତିକରି ଆଇପିସି ୩୦୭ ଭଳି ସଂଗୀନ ଦଫା ଲଗାଇ ଏକ ମାମଲା ୧୫୭/୨୦ରେ ରୁଜୁ କରି ଘଟଣାରେ ସଂପୃକ୍ତ ଥିବା ୬ ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ଆଣି ଥାନାରେ ଅଟକ ରଖିଥିବା ଜଣାଯାଇଛି । ଅନ୍ୟପଟରେ ଏହି ଅଭିଯୋଗରେ ସଂପୃକ୍ତ ଥିବା କାହାର ପ୍ରତିକ୍ରିୟା ନିଆଯାଇପାରିନାହିଁ । ଏ ସଂର୍ପକରେ ନାଉଗାଁ ଥାନାଧିକାରୀ ଭରତ ବେହେରାଙ୍କୁ ପଚାରିବାରୁ ଏବେ ଘଟଣ।।ର ତଦନ୍ତ ଚାଲିଛି, ଅଟକ ଥିବା ୫ ଜଣଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ।


