ଟଙ୍କା ହଡପ ଘଟଣାରେ କାର୍ଯ୍ୟ ନିର୍ବାରୀ ଅଧିକାରୀ ନିଲମ୍ବିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ଗ୍ରାମ ପଞ୍ଚାୟତର ପିଇଓ ଟଙ୍କା ହଡପ ଘଟଣାରେ ନିଲମ୍ବିତ ହୋଇଥିବାର ଜଣାପଡିଛି । କାର୍ଯ୍ୟ ନିର୍ବାରୀ ଅଧିକାରୀ (ପିଇଓ) ଏସ୍‌. ରାବଣାମ୍ମାଙ୍କ ବିରୁଦ୍ଧରେ ଗୁମ୍ମା ଗ୍ରାମ ପଞ୍ଚାୟତ ଆକାଉଣ୍ଟରେ ବ୍ୟକ୍ତିଗତ ଭାବେ ଲକ୍ଷାଧିକ ଟଙ୍କା କାରବାର କରିଥିବା ସୂଚନା ପାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଏକ ପ୍ରେସ ଇସ୍ତହାରରେ ବିଡିଓ ନଟବର ଗରଡା ସୂଚନା ଦେଇଛନ୍ତି । ପିଇଓ ରାବଣାମ୍ମାଙ୍କ ବିରୁଦ୍ଧରେ ଅଭିଯୋଗ ଆସିବାପରେ ଏକ ଟିମ୍ ଗଠନ କରାଯାଇ ପଞ୍ଚାୟତ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା । ଏହାର ସତ୍ୟା ସତ୍ୟ ସାମନାକୁ ଆସିଥିଲା । ଏହି ପଞ୍ଚାୟତ ଆକାଉଣ୍ଟରେ ପ୍ରାୟ ୪୦ ଲକ୍ଷ ଟଙ୍କା କାରବାର ହୋଇଥିବାବେଳେ ପଞ୍ଚାୟତର ୧୪ଟି ସିଏଫ୍‌ସି ଆକାଉଣ୍ଟରୁ ଅନ୍ୟ ରାଜ୍ୟକୁ ସେ ଲକ୍ଷ ଲକ୍ଷ ଟଙ୍କା କାରବାର କରିଥିବା କଥା ସାମନ୍ନାକୁ ଆସିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପିଇଓ ରାବଣାମ୍ମାଙ୍କୁ ନିଲମ୍ବିତ କରିବା ସହ ତାଙ୍କ ବିରୁଦ୍ଧରେ ସେରଙ୍ଗ ଥାନାରେ ଏତଲା ଦିଆଯାଇଛି ଏବଂ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ମଧ୍ୟ କରିଦେଇଛି । ତେବେ ଏଥିରେ ରାବଣାମ୍ମାଙ୍କ ବ୍ୟତୀତ ଅନେକ ସମ୍ପୃକ୍ତ ଥିବାର ଆଲୋଚନା ମଧ୍ୟ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ