ଯୁବ ନାଟ୍ୟ କର୍ମୀ ଆଦର୍ଶ ଦାସ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଓଡ଼ିଆ ନାଟକ ର ଏନ୍ତୁଡ଼ିଶାଳ ପାରଳାଖେମୁଣ୍ଡି, ଦିନ ଥିଲା ଏଠି ସଞ୍ଜ ନଇଲେ ସାହି ସାହି ରେ ନାଟକ ମଞ୍ଚସ୍ଥ ହେଉଥିଲା ହେଲେ ଦିନକୁ ଦିନ ଏହି ଦ୍ଵୀଭାଷୀ ଅଞ୍ଚଳ ରେ ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ନାଟକ ପ୍ରତି ଲୋକ ଙ୍କ ଆଗ୍ରହ କମିବାରେ ଲାଗିଲା ଏମିତି କି କିଛି ବର୍ଷ ଗୋଟିଏ ବି ନାଟକ ମଞ୍ଚସ୍ଥ ହୋଇପାରିଲା ନାହିଁ, ଠିକ୍ ସେ ସମୟରେ ପାରଳା ରେ ନାଟକ କୁ ପୁନଃଜିବିତ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ପାରଳା ର ଯୁବ ନାଟ୍ୟ କର୍ମୀ ଆଦର୍ଶ ଦାସ, ପ୍ରଥମ ଓଡ଼ିଆ ନାଟ୍ୟକାର କବିଚନ୍ଦ୍ରରଘୁନାଥ ପରିଛା ଙ୍କ ଜନ୍ମିତ ପାରଳାଖେମୁଣ୍ଡି ର କବିଚନ୍ଦ୍ର ସାହି ରେ ହିଁ ଜନ୍ମିତ ଆଦର୍ଶ ଦାସ, ବାପା ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଙ୍କ ପ୍ରେରଣା ରେ ଅନୁପ୍ରାଣିତ ଏହି ଯୁବ କଳାକାର ପିଲାଟି ଦିନ ରୁ ଅଭିନୟ କରି ଆସୁଛନ୍ତି, ବର୍ତମାନ ସୁ୍ଧା ଅନେକ ଐତିହାସିକ, ସାମାଜିକ, ଏକାଙ୍କିକା, କ୍ଷୁଦ୍ର ନାଟକ ରେ ଅଭିନୟ କରି ନିଜର ପ୍ରତିଭା ପାଇଁ ବହୁ ସ୍ଥାନ ରେ ପୁରସ୍କୃତ ହୋଇଛନ୍ତି, ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ ର କ୍ରିଏଟିଭ ଆର୍ଟସ ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ ନିଜ ଅନୁଷ୍ଠାନ ଦ୍ଵାରା ପ୍ରତି ବର୍ଷ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଆୟୋଜନ କରନ୍ତି, ତାଂକ ଅଭିନୀତ ବହୁ ନାଟକ ରାଜ୍ୟ ସରକାର ଙ୍କ ଯୁବ ମହୋତ୍ସବ ନାଟକ ପ୍ରତିଯୋଗିତା, ସଙ୍ଗୀତ ନାଟକ ଏକାଡେମୀ ର ନାଟକ ମହୋତ୍ସବ ଏବଂ ବିଭିନ୍ନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ପୁରସ୍କୃତ ହୋଇଥିବା ବେଳେ ନିଜେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି, ଆଦର୍ଶ ଙ୍କ ପ୍ରତ୍ୟକ୍ଷ ତତ୍ୟବଧନ ରେ ଆଯୋଜିତ ହେଉଥିବା ପାରଳା ନାଟକ ମହୋତ୍ସବ ରେ ପ୍ରତିବର୍ଷ ଓଡ଼ିଶା ର ବହୁ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ନିଜର ନାଟକ ମଞ୍ଚସ୍ଥ କରନ୍ତି, ପାରଳାଖେମୁଣ୍ଡିରେ ନାଟକ କୁ ପୁନଉଦ୍ଧାର ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ଏହି ନାଟ୍ୟକର୍ମୀ କେବଳ ନାଟକ ନୁହଁ ଏହା ସହିତ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ଓଡ଼ିଆ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ କରି ସୀମାନ୍ତ ଜିଲ୍ଲା ରେ ଓଡ଼ିଆ ସଂସ୍କୃତି କୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି, ଆଗାମୀ ଦିନରେ ସେ ନାଟ୍ୟ ଆନ୍ଦୋଳନ କୁ ଗଜପତି ଜିଲ୍ଲା ର ଗ୍ରାମାଞ୍ଚଳ ରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଜଣେ ସୁସଂଗଠକ ରୂପେ ପାରଳାଖମୁଣ୍ଡିର ଏକାଧିକ ଅନୁଷ୍ଠାନ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ