ଟାଙ୍ଗୀ ଚୌଦ୍ବାର ଆଞ୍ଚଳିକ ସାମ୍ବାଦିକ ସଂଘର ୯ମ ବାର୍ଷିକ ଉତ୍ସବ ପାଳିତ
ଚୌଦ୍ଵାର, (ଦୀପକ୍ କୁମାର୍ ବେଉରା):କଟକ ଜିଲ୍ଲାର ଅଗ୍ରଣୀ ଗଣମାଧ୍ଯମ ସଂଗଠନ ଟାଙ୍ଗୀ ଚୌଦ୍ବାର ଆଂଚଳିକ ସାମ୍ବାଦିକ ସଂଘର ୯ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ଚୌଦ୍ଵାର ଗାନ୍ଧିଛକ ସ୍ଥିତ ଟାଉନ୍ହଲ ପରିସରରେ ସଂଘର ସଭାପତି ନରେଶ୍ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଭାରତ ମସଲାର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁରେନ୍ଦ୍ର ନାଥ ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ବାଳ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଓ ସମ୍ମାନିତ ଅତିଥୁ ଭାବେ ଯୁବ ସଂଗଠକ ହିମାଂଶୁ କୁମାର ମହାନ୍ତି, ସମାଜସେବୀ ସୌମିତ୍ର ଲେଙ୍କା, ଯୁବ ସଂଗଠକ ବିରଜା ପ୍ରସାଦ ରାଉତ, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ ଓ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ଓ ଭକ୍ତି ସଂଗୀତ ଗାନ ପରେ ସଂଘର ସାଧାରଣ ସଂପାଦକ ମାନସ କୁମାର ପରିଡ଼ା ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହାପରେ ଅତିଥିମାନଙ୍କ ଦ୍ଵାରା ସଂଘର ବାର୍ଷିକ ମୁଖପତ୍ର ‘କଲମ-୨୦୨୩’ର ଶୁଭ ଉନ୍ମୋଚନ କରାଯାଇଥିଲା ।ଏହିଁ ଅବସରରେ ସମାଜରେ ପ୍ରତିଷ୍ଠିତ ସମାଜସେବୀ, ଯୁବସଂଗଠକ, ଶିକ୍ଷକ, ମହିଳା ସଂଗଠନ, କ୍ରୀଡ଼ା ସଂଗଠକ, କ୍ଲବ, ଆଧ୍ୟାତ୍ମିକ ଓ ସାମ୍ବାଦିକତା କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ସଫଳ ବ୍ୟକ୍ତିତ୍ଵମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ଉପଦେଷ୍ଟା ସୁବ୍ରତ କୁମାର ସାମଲ ମଂଚ ପରିଚାଳନା କରିଥିବା ବେଳେ ସଂପାଦକ ସଂଜୀବ କୁମାର ତିଓ୍ବାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରୀତିରଂଜନ ବେହେରା, ସୁରେନ୍ଦ୍ର ନାଥ ସାହୁ, ନାରାୟଣ ଜେନା, ଶିବବ୍ରତ ଦାସ, କୋଷାଧ୍ୟକ୍ଷ ଦୀପକ କୁମାର ବେଉରା, ସଂଗଠନ
ସଂପାଦକ କୁନା ନାୟକ, ସହସଂପାଦକ ରାଜେଶ ନାୟକ, ନବୀନ ରାଓ ଏବଂ କାର୍ଯ୍ୟକାରୀ ସଦସ୍ୟ ବିଶ୍ବଜିତ୍ ବିଶ୍ବାଳ, ପ୍ରଭାତ କୁମାର, ପରୀକ୍ଷିତ ଲେଙ୍କା ଓ ଜଗନ୍ନାଥ ଜେନା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସାହାଯ୍ୟ ସହଯୋଗ କରିଥିଲେ ।


