ଟିଟାନିୟମ୍ କର୍ତ୍ତୃପକ୍ଷ ଏବଂ ଶ୍ରମିକ ସଂଘର ଦ୍ୱିପାକ୍ଷିକ ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଦୀର୍ଘ ପାଞ୍ଚ ଦୀନ ଧରି ଅଶାନ୍ତ ଲାଗିରହିଥିବା ଟିଟାନିୟମ୍ ସମ୍ମୁଖରେ ଲାଗିରହିଥବାବେଳେ କାରଖାନାର କର୍ତ୍ତୁପକ୍ଷ ଓ ଶ୍ରମିକ ସଂଘର ଦ୍ୱିପାକ୍ଷିକ ଆଲୋଚନା କାରଖାନା ତରଫରୁ ଶ୍ରମିକ ମାନଙ୍କର ଦାବି ଗୁଡିକୁ ସମ୍ବନ୍ଧରେ ପଦକ୍ଷେପ ନିଆଯିବାକୁ ପ୍ରତିଶ୍ରୁତି ମିଳିବା ପରେ ଶ୍ରମିକ ମାନେ ଆନ୍ଦୋଳନରୁ ଓହରିଛନ୍ତି । ଆନ୍ଦୋଳନରୁ ଶ୍ରମିକ ମାନେ ଓହରିବା ସହିତ ଶୁକ୍ରବାର ଶ୍ରମିକ ମାନେ ଶୁକ୍ରବାର ରାତି ଠାରୁ କାମ ଆରମ୍ଭ କରିବେ ବୋଲି ସ୍ଥିର କରିଛନ୍ତି । କାରଖାନାର ପ୍ରକଳ୍ପ ନିର୍ଦ୍ଦେଶକ ସି.ଭି.ଜି.କେ.ମୂର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ବର୍ତ୍ତମାନ ସ୍ଥିତିରେ ପ୍ରକଳ୍ପରେ ବନ୍ଦ ରହିଥିବା କାର୍ଯ୍ୟକୁ ଚାଲୁ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାରାଖାନାର ଉପସଭାପତି ଶ୍ରୀ ଆଚାର୍ଯ୍ୟ, ଜିଏମ୍ ଡ.ଯୋଗେନ୍ଦ୍ର କୁମାର ନାୟକ, ସିନିୟର ମ୍ୟାନଜର ଭାଗିରଥୀ ହୋତା, ଟିଟାନିୟମ୍ ଭୂ-ବିସ୍ଥାପିତ କଲ୍ୟାଣ ସମିତି ସଂଘର ସଭାପତି ଏସ୍.ଚକ୍ରପାଣି ରେଡ୍ଡି, ସଂପାଦକ ଲକ୍ଷ୍ମୀନାରାୟଣ ମହାରଣା, ଉପସଭାପତି ବି.ରାବଣାସ୍ୱାମୀ, ସିଏଚ୍.ଦାଶରଥୀ, ରମେଶ ପ୍ରଧାନ, ତ୍ରିନାଥ ରେଡ୍ଡି, ଆର୍.ଦଣ୍ଡପାଣି ରେଡ୍ଡି, ପି.ଧର୍ମା ରେଡ୍ଡିଙ୍କ ସମେତ ବହୁ ଶ୍ରମିକମାନେ ଉପସ୍ଥିତ ଥିଲେ ।


