ଟାଟା ଅଗ୍ନିଶମ ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜାତୀୟ ଅଗ୍ନି ସେବା ସପ୍ତାହ ପାଳନ ଅବସରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଟାଟା ଅଗ୍ନିଶମ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ଅଗ୍ନିଶମର କର୍ମଚାରୀ ମାନଙ୍କ ଦ୍ୱାରା ଏକ ଡେମୋ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଟାଟା ଅଗ୍ନିଶମର ସୁରକ୍ଷା ଅଧିକାରୀ ବିଜୟ ମହାପାତ୍ର, ଟିଏସଏମଏଲର ସିକ୍ୟୁରିଟ୍ ମନୋଜ ଶତପଥୀ ଓ ବରୁଣ ତିୱାରୀ, ଟାଟା ଷ୍ଟିଲ ଫାଉଣ୍ଡେସନ ର ଇଶ୍ୱର ପରିଡା, କୋଡିନେଟର କେଶବ ବେହେରା, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଦାମୋଦର ସ୍ୱାଇଁ ଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହିଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା


