ଟାଟା ଷ୍ଟିଲରେ ଉତ୍ପାଦକତା ସପ୍ତାହର ଶୁଭାରମ୍ଭ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): ଟାଟା ଷ୍ଟିଲ ଓଏମ୍କ୍ୟୁ ଡିଭିଜନ୍ର ଯୋଡ଼ା ୱେଷ୍ଟ ଲୌହ ଖଣି ଓ ଖଣ୍ଡବନ୍ଧ ଲୌହ ଖଣିରେ ଆଜି ଉତ୍ପାଦକତା ସପ୍ତାହର ଶୁଭାରମ୍ଭ କରାଯାଇଛି ।ଟାଟା ଷ୍ଟିଲ ଯୋଡ଼ା ଚିଫ୍ ଶ୍ରୀ ରାଜେଶ କୁମାର, ଯୋଡ଼ା ଇଷ୍ଟ ଲୌହ ଖଣି ମୁଖ୍ୟ ଶ୍ରୀ ଡି. ଭିଜେଇନ୍ଦ୍ର, ଯୋଡ଼ା ଇଷ୍ଟ ଲୌହ ଖଣି ମୁଖ୍ୟ (ଉପକରଣ ରକ୍ଷଣାବେକ୍ଷଣ) ଶ୍ରୀ ହିମାଂଶୁ ଷଡ଼ଙ୍ଗୀ ଓ ଯୋଡ଼ା ଇଷ୍ଟ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ଦାସଙ୍କ ଉପସ୍ଥିତିରେ ଯୋଡ଼ା ଇଷ୍ଟ ଲୌହ ଖଣିର ପ୍ରଶାସନ ଭବନଠାରେ ପତକା ଉତୋଳନ କରି ସପ୍ତାହବ୍ୟାପୀ ଆୟୋଜିତ ହେବାକୁଥିବା ଉତ୍ପାଦକତା ସପ୍ତାହର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ରାଜେଶ କୁମାର ସୁରକ୍ଷା ଓ ଗୁଣବତା ଉପରେ ବିଶେଷ ଧ୍ୟାନ ଦେବା ସହିତ ଉତ୍ପାଦକତାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁକ୍ତିବିଦ୍ୟା, ନବୀନତା, ପ୍ରଶିକ୍ଷଣ ଓ ସରଳ ପ୍ରଣାଳୀ ସହାୟତାରେ ସାମଗ୍ରିକ ଉତ୍ପାଦକତାରେ ଉନ୍ନତି ଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ ।ସେହିପରି ଖଣ୍ଡବନ୍ଧ ଲୌହ ଖଣିରେ ଖଣ୍ଡବନ୍ଧ ଖଣି ମୁଖ୍ୟ (ମାଇନିଂ ଅପରେସନ୍), ଶ୍ରୀ ମନିଶ କୁମାର, ଖଣ୍ଡବନ୍ଧ ମୁଖ୍ୟ (ୱେଟ୍ ପ୍ରୋସେସିଂ- ଓ ଆଣ୍ଡ ଏମ୍) ଶ୍ରୀ କେ ରାମକ୍ରୀ୩⁄୪, ଖଣ୍ଡବନ୍ଧ ମୁଖ୍ୟ (ଲଜିଷ୍ଟିକ୍) ଶ୍ରୀ ଚିତରଞ୍ଜନ ସାହୁ, ଖଣ୍ଡବନ୍ଧ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଅଞ୍ଜନ ପାତ୍ର ଓ ସଭାପତି ଶ୍ରୀ ଏସ୍ ପି ସ୍ୱାଇଁ ମିଳିତ ଭାବେ ପତାକା ଉତୋଳନ କରିବା ସହିତ ଉତ୍ପାଦକତା ସପ୍ତାହର ଶୁଭାରମ୍ଭ କରିଥିଲେ । ମାନବ ସମ୍ବଳ ବିଭାଗ ପକ୍ଷରୁ ଉଭୟ ସ୍ଥାନରେ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା । ସପ୍ତାହବ୍ୟାପୀ ପାଳନ ହେବାକୁଥିବା ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ପାଦକତା ସଚେତନତା ଅଧିବେସନ ସହିତ, ପ୍ରବନ୍ଧ ଲିଖନ, ସ୍ଲୋଗାନ ଲିଖନ, କବିତା ଲିଖନ ଓ ପ୍ରଚାର ପତ୍ର ପ୍ରସ୍ତୁତି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ୧୯୮୫ରେ ଭାରତ ସରକାରଙ୍କ ଶିଳ୍ପ ମବାଳୟ ପକ୍ଷରୁ ସ୍ଥାପିତ ହୋଇଥିବା ଜାତୀୟ ଉତ୍ପାଦକତା ପରିଷଦରୁ ଉତ୍ପାଦକତା ସପ୍ତାହର ସୃଷ୍ଟି ହୋଇଛି । ଉତ୍ପାଦକତା ପରିଷଦ ଭାରତରେ ଉତ୍ପାଦକତାର ପ୍ରସାର ଦିଗରେ କାର୍ଯ୍ୟ କରୁଛି ।


