ଟାଟା ସ୍ୱେଚ୍ଛାସେବୀ ସପ୍ତାହ ଅନ୍ତର୍ଗତ ‘ଦାନ୍ତ ସ୍ୱଚ୍ଛତା’ ସଚେତନତା କାର୍ଯ୍ୟକ୍ରମ

ଯୋଡା, (ସମୀର ଦାସ): ୧୫ତମ ଟାଟା ସ୍ୱେଚ୍ଛାସେବୀ ସପ୍ତାହ ପାଳନ ଅବସରରେ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବାଂଶପାଣି ମୁଣ୍ଡା ସାହିର ଗୋଷ୍ଠୀ ସାଧନ କେନ୍ଦ୍ରରେ ଗୁରୁବାର ଦିନ ‘ଦାନ୍ତ ସ୍ୱଚ୍ଛତା’ ଉପରେ ଏକ ସଚେତନତା ଅଧିବେସନ ଆୟୋଜିତ ହୋଇଯାଇଛି । ପିଲାମାନଙ୍କ ସହିତ ଦାନ୍ତ ସ୍ୱଚ୍ଛତା ସମ୍ପର୍କିତ ଏକ ସଚେତନତା ଅଧିବେସନ ବ୍ୟତୀତ ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌)ର ଅଧିକାରୀମାନେ ସ୍ଥାନୀୟ ଅଂଚଳର ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ଟୁଥ୍‌ପେଷ୍ଟ, ଟୁଥ୍‌ବ୍ରସ୍ ଓ ଟଙ୍ଗ୍ କ୍ଲିନ୍‌ର ଥିବା ଏକ ଡେଣ୍ଟାଲ କିଟ୍ ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବିଶ୍ୱ ମଧ୍ୟରେ ଥିବା ଟାଟା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଏବଂ ଅବସରପ୍ରାପ୍ତ ଟାଟା ସହକର୍ମୀଙ୍କୁ ଏକତ୍ରିତ କରି ଏକ କ୍ଷୁଦ୍ର ସ୍ୱେଚ୍ଛାସେବୀ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ଟାଟା ସ୍ୱେଚ୍ଛାସେବୀ ସପ୍ତାହ ପାଳନ କରାଯାଇଥାଏ । ଏହି ମାସିକିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସଚେତନତା ଅଧିବେସନ, ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା, ପାଠ୍ୟ ସାମଗ୍ରୀ ଓ କ୍ରୀଡ଼ା ଉପକରଣ ବଣ୍ଟନ ଓ ପିଲାମାନଙ୍କ ମଧ୍ୟରେ ଉଦ୍ଭିଦ ଓ ପ୍ରାଣୀଜଗତ ସମ୍ପର୍କରେ ସଚେତନତା ସୃଷ୍ଟି ଭଳି ବିଭିନ୍ନ କାର୍ଯ୍ୟକ୍ରମାନ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ