ଟାଟା ଖଣିରେ ଦୁର୍ଘଟଣା ଶ୍ରମିକ ଗୁରୁତର

ଯୋଡା, (ସମୀର ଦାସ): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଖଣ୍ଡବନ୍ଧସ୍ଥିତ ଖଣ୍ଡବନ୍ଧ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଜିଆଇବି ଇଂଜିନିୟରିଂର ଜଣେ ଠିକା ଶ୍ରମିକ କାର୍ଯ୍ୟରତ ଥିବା ବେଳେ ଦୁର୍ଘଟଣା ଘଟି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ବୁଧବାର ସନ୍ଧ୍ୟା ୬ଟା ୧୫ମିନିଟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବାମ ହାତର ୨ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତାଙ୍କୁ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ନିଆ ଯାଇଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜାମସେଦପୁରସ୍ଥିତ ଟାଟା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଟାଟା ଷ୍ଟିଲର ଚିପ୍ କୋର୍ପରେଟ୍ କମ୍ୟୁନିକେସନ ଭାରତ ଦକ୍ଷିଣ ପୂର୍ବ ଏସିଆ ଟାଟା ଷ୍ଟିଲର ଚିପ୍ କୋର୍ପରେଟ୍ କମ୍ୟୁନିକେସନ ଅଧିକାରୀ ସର୍ଭେଷ କୁମାର ତାଙ୍କ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ତେଣେ ଏହି ଘଟଣା ବୁଧବାର ଠାରୁ ଖଣି ମଧ୍ୟରେ ହୋଇଥିଲେ ହେଁ କମ୍ପାନୀ ପକ୍ଷରୁ ଥାନାରେ କୌଣସି ରିପୋର୍ଟ କରାଯାଇ ନ ଥିବା ବାମେବାରୀ ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ