ଟି.ବାରଙ୍ଗସିଂ ଗ୍ରାମରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ମୁନିସିଂ ପଞ୍ଚାୟତ ଅନ୍ତର୍ଗତ ଟି.ବାରଙ୍ଗସିଂ ଗ୍ରାମରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ଏନେଇ ଟି.ବାରଙ୍ଗସିଂ ଗ୍ରାମର ବହୁ ମହିଳା ଏକତ୍ରିତ ହୋଇ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପିଡି ଡିଆରଡିଏଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ଟି.ବାରଙ୍ଗସିଂ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳି । ଗ୍ରାମରେ ୧୦୦ଗୋଟି ଘର ରହିଛି । ଓଡିଶା ଜିବୀକା ମିଶନ୍ ଅଧୀନରେ ସମସ୍ତ ସଭା ସମିତି ଇତ୍ୟାଦି ନିୟମିତ ଭାବେ ହେଉଥିବା ବେଳେ ଏସ୍‌ଏଚ୍‌ଜି ମହିଳାମାନଙ୍କ ବୈଠକ ଆଦି ମଧ୍ୟ ନିୟମିତ ଭାବେ ହେଉଛି । ହେଲେ ବୈଠକ ବା ସଭା ସମିତି ପାଇଁ କୌଣସି ହଲ ବା ସ୍ଥାନ ନ ଥିବାରୁ ଘର ବାରଣ୍ଡା ଓ ଗଛମୂଳେ ଏଣେତେଣେ ବୈଠକ ହେଉଛି । ଯଦି ଗୋଟିଏ କମ୍ୟୁନିଟି ହଲ ନିର୍ମାଣ କରାଯାଏ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମ ତଥା ଗ୍ରୁପ ବୈଠକ, ବିଭିନ୍ନ ସଚେତନତା ସଭା ସମିତି ହୋଇପାରିବ । ଜିଲ୍ଲାପାଳ ଓ ପିଡିଙ୍କ କାର୍ଯ୍ୟାଳୟରେ ଟି.ବାରଙ୍ଗସିଂ ଗ୍ରାମର ଏଲିସିବା ମଣ୍ଡଳ, ଏନି ରଇତ, ଆମେସନି ମଣ୍ଡଳ, ସିପୋ ରଇତ ସବିତା ମଣ୍ଡଳ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ