ଟ୍ରକ୍ ଦୁର୍ଘଟଣା : ଘଟଣା ସ୍ଥଳରେ ଚାଳକ ମୃତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଗତ ରାତ୍ରିରେ କଟକରୁ ରାୟଗଡ଼ା ଯାଉଥିବା ଏକ ଆଇଚର୍ ଟ୍ରକରେ ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ର ସାମଗ୍ରୀ ନେଇଯାଉଥିବା ବେଳେ ଭାରସାମ୍ୟ ହରାଇ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ ବରଗଛକୁ ଦ୍ରୁତଗତିରେ ଯାଇ ଧକ୍କା ଦେଇଥିବା ବେଳେ ଘଟଣା ସ୍ଥଳରେ ଚାପି ହୋଇ ଚାଳକ ଜଣକ ମ୍ରୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଚାଳକ ଜଣକ ହେଲେ ନୟାଗଡ ଇଟାମାଟି ବାଉଶଗାଡ଼ିଆ ପାଟଚଣ୍ଡି ପ୍ରସାଦ ଗାଁର ମହେନ୍ଦ୍ର କୁମାର ମାଝି (୨୨) । ଘଟଣା ଘଟିବା ପରେ ତୁରନ୍ତ ଫୁଲବାଣୀ ଏବଂ ଖଜୁରୀପଡ଼ା ଅଗ୍ନିଶମ ବାହୀନି ସହ ଖଜୁରୀପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ଏସଆଇ ବିକାଶ କୁମାର ମଲ୍ଲିକ, ଉଦ୍ଧବ କୁମାର ଯାନୀ ,ଏଏସଆଇ ବିରେନ୍ଦ୍ର କୁମାର ଦେହୁରୀ, ହାବିଲଦାର ଫକିର ମୋହନ ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ରହି ଦୁର୍ଘଟଣା ଗ୍ରସ୍ତ ଗାଡି(ଓଡି୦୫ ଏଏସ ୬୨୬୬) ପାଖରେ ରହି ସମସ୍ତ ସାମଗ୍ରୀକୁ ସୁରକ୍ଷିତ ଭାବେ ସାରାରାତି ଜଗି ରହିଥିଲେ । ସକାଳୁ ଗାଡିକୁ ରାସ୍ତାକୁ କ୍ରେନ ସାହାଯ୍ୟରେ ଉପରକୁ ଆଣି ଚାଳକଙ୍କ ଶବ ଉଦ୍ଧାର ପରେ ବ୍ୟବଛେଦ ପାଇଁ ଫୁଲବାଣୀ ଡାକ୍ତରଖାନାକୁ ପଠାଯାଇଛି । ଏନେଇ ଖଜୁରୀପଡ଼ା ଥାନାରେ ଏକ ଅପମୃତ୍ୟୁ ୬୭/୨୦ରେ ମାମଲା ରୁଜୁ କରାଯାଇଛି । ପରେ ଶବ ବ୍ୟବଛେଦ କରି ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ