ଲକଡାଉନରେ ଆଦିବାସୀ ଅଧ୍ୟୁଷିତ ଜି.ଉଦୟଗିରି ଅଞ୍ଚଳରେ ଅନଲାଇନ ପାଠପଢା ଫେଲ
କନ୍ଧମାଳ, (ସୁନିଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଜି ଉଦୟଗିରି କରୋନାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ସିଧାସଳଖ ପଡିଛି।ଏଣୁ ପିଲାଙ୍କ ପାଠପଢାକୁ ନେଇ ଅଭିଭାବକ ଏବେ ଚିନ୍ତାରେ ପଡିଯାଇଛନ୍ତି।କରୋନାକୁ ନେଇ ହୋଇଥିବା ଲକଡାଉନ ଯୋଗୁଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାସ ହୋଇଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପଢିବାକୁ ଯାଉଥିବା ପିଲା ବର୍ତ୍ତମାନ ପାଠ ପଢାକୁ ନେଇ ଦ୍ବନ୍ଦରେ ଥିବା ଜଣାପଡୁଛନ୍ତି।କାରଣ ସରକାର ଅନଲାଇନ ଓ ଦୂରଦର୍ଶନ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ ବୋଲି ଘୋଷଣା କରିଥିଲେ।ହେଲେ ଜି.ଉଦୟଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ବ୍ଳକରେ ଏପରି କେତେକ ଦୁର୍ଗମ ଅଞ୍ଚଳ ଅଛି,ଯେଉଁଠି ୬୦ ରୁ ୭୦ ପ୍ରତିଶତ ଗରିବ ଲୋକ ବାସ କରୁଥିବାବେଳେ ସେମାନଙ୍କ ପାଖରେ ନା ଅଛି ଟିଭି ନା ଅଛି ଏଣ୍ଡ୍ରୟୋଡ ମୋବାଇଲ।ତେବେ ସେମାନଙ୍କ ପିଲାମାନେ ପାଠ ପଢା ବିଷୟରେ ସୂଚନା ପାଇବେ କେମିତି ଆଉ ପଢିବେ ବା କେମିତି।ଆଉ ଯୋଉମାନଙ୍କ ପାଖରେ ଭଲ ମୋବାଇଲ ଅଛି ସେଥିରୁ କେତେକ ଅଞ୍ଚଳରେ ନେଟଓ୍ବର୍କ ଠିକ୍ ରହୁନଥିବାବେଳେ କେଉଁଠି ନେଟ ସ୍ପିଡ କମି ଯାଉଥିବାରୁ ସାଇଡ ଖୋଲୁନାହିଁ।ତା ସହିତ ପିଲାଙ୍କ ବହି ମଧ୍ୟ ଠିକରେ ମିଳୁନାହିଁ ।କରୋନାକୁ ନେଇ ସରକାର ମଧ୍ୟ କୋଚିଙ୍ଗ ସେଣ୍ଟର ମଧ୍ୟ ବନ୍ଦ ଅଛି।ଏଣୁ ପାଠପଢାକୁ ନେଇ ପିଲା,ଅଭିଭାବକ ତଥା ଶିକ୍ଷକମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳର ପିଲାମାନଙ୍କ ପାଠପଢା ପ୍ରତି ସରକାର ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ଅଭିଭାବକ ମାନେ ଅନୁରୋଧ କରିଛନ୍ତି।


