ଗ୍ରାମ୍ୟ ଉନ୍ନୟନ ରାସ୍ତା ଅବରୋଧ ଯୋଗୁ ଯାତାୟତରେ ଅସୁବିଧା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଧିନ ଅଳଉତି ଡିହସାହି-ତେନ୍ତୁଲିଗଢିଆ ଭାୟା କୁଣ୍ଡଳା ୱାରିସପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଜନୈକ ବ୍ୟକ୍ତି ଅବରୋଧ କରିବା ଯୋଗୁ ଲୋକ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରକାଶ ଯେ, ଉକ୍ତ ରାସ୍ତା ଉପରେ ତେନ୍ତୁଲିଗଢିଆ ଗ୍ରାମର ଜନୈକ ବ୍ୟକ୍ତି ଖୁଣ୍ଟ ପୋତି ଅବରୋଧ କରିବା ଯୋଗୁ ଲୋକ ମାନେ ଯାତାୟତ କରିପାରୁନାହାନ୍ତି । ଏହି ରାସ୍ତା ଉପରେ ଦୈନନ୍ଦିନ ରାମପୁର, ଅଣ୍ଢେଇପଲ୍ଲୀ, ବେତରା ଗ୍ରାମ ପଞ୍ଚାୟତର କୁଣ୍ଡଳା, ୱାରିସ୍‌ପୁର, ରାମପୁର, ବାଲୋ ଶାସନ, ବରଗଢିଆ, ଅଳଉତି, କଳାହାଣ୍ଡିଆ, ଖାନାବାରି, ଅଣ୍ଢେଇପଲ୍ଲୀ ଆଦି ଗ୍ରାମର ଲୋକେ ଫେକର ପ୍ଲାଣ୍ଟ, ପାୱାର ପ୍ଲାଣ୍ଟ, ସ୍କୁଲ, କଲେଜ, ପଲିଟେକ୍‌ନିକ୍‌, ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ, ଜିଲା ସଦର ମହକୁମାର ବିଭିନ୍ନ କାର୍ଯ୍ୟାଳୟକୁ ଯାତାୟତ କରିଥାନ୍ତି । ରାସ୍ତା ଅବରୋଧ ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହେବା ସହିତ ଜରୁରୀ ସେବା ପାଇବାରୁ ଲୋକେ ବଂଚିତ ହୋଇଛନ୍ତି । ଉକ୍ତ ରାସ୍ତାକୁ ଅବରୋଧମୁକ୍ତ କରିବା ପାଇଁ ଲକ୍ଷ୍ମୀଧର ସାହୁ, ସୁରେଶ ସାହୁ, ଉମାକାନ୍ତ ଜେନା, ଅଜୟ ସାହୁ, ଗିରିଧାରୀ ସାହୁ, ରାଜେଶ କୁମାର ସାହୁ, ନିଳାମ୍ବର ଦାସ, ଜ୍ୟୋତ୍ସ୍ନାରାଣୀ ସାହୁ, ଭାସ୍କର ସାହୁ, ସୁଦର୍ଶନ ସ୍ୱାଇଁଙ୍କ ସମେତ ବହୁ ବ୍ୟକ୍ତି ଜିଲାପାଳ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ଠାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ