ଟ୍ରାନ୍ସପାରେଣ୍ଟ କଫି
କଫି ସମସ୍ତେ ପିଇଥିବେ, ଆଉ ତା’ର ରଙ୍ଗ କିପରି ଜାଣିଥିବେ । ହେଲେ ଏଠାରେ ଯେଉଁ କଫି କଥା କୁହାଯାଉଛି ତାହା ଦେଖିବାକୁ ଜଳ ପରି ସ୍ୱଚ୍ଛ । କିନ୍ତୁ ପିଇଲେ ତା’ର ସ୍ୱାଦ କୋଲ୍ଡ ବ୍ରିଉ ପରି । ଏହାକୁ ତିଆରି କରିଛନ୍ତି ସ୍ଲୋଭାକିଆର ଦୁଇ ଭାଇ ଡେଭିଡ ଓ ଆଦାମ ନେଗି । ସେମାନେ ଉଚ୍ଚମାନର ଆରାବିକା କଫି ବିନ୍ସରେ ଏକ ଗୁପ୍ତ ପଦ୍ଧତି ଆପଣେଇ ତାକୁ୍ ସ୍ୱଚ୍ଛରେ ରୂପାନ୍ତରିତ କରିଛନ୍ତି । ଏହାକୁ ପିଇଲେ ଦାନ୍ତରେ କିମ୍ବା କପଡାରେ ପଡିଲେ ବି ଦାଗ ହୋଇ ନ ଥାଏ । ଏହାର ନାମ “ସିଏଲ୍ଆର୍ ସିଏଫ୍ଏଫ୍’ ରଖାଯାଇଛି ।


