ଡକ୍ଟର ଅଶୋକ ଖୋସ୍‌ଲାଙ୍କୁ ସୋହରାବ ପିରୋଜ୍‌ସା ଗୋଦରେଜ୍ ପରିବେଶ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଓ ସହାୟକ କମ୍ପାନିଗୁଡ଼ିକ ପକ୍ଷରୁ ମୁମ୍ବାଇ ଫାଷ୍ଟ୍ ସହଯୋଗିତାରେ ଶୁଭାରମ୍ଭ କରାଯାଇଥିବା ସୋହରାବ ପିରୋଜ୍‌ସା ଗୋଦରେଜ୍ ପରିବେଶ ପୁରସ୍କାରର ପ୍ରଥମ ସଂସ୍କରଣ ପୁରସ୍କାର ଡକ୍ଟର ଅଶୋକ ଖୋସ୍‌ଲାଙ୍କୁ ପ୍ରଦାନ କରାଯାଇଛି । ପରିବେଶ ଓ ସ୍ଥାୟିତ୍ୱ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ଖୋସ୍‌ଲାଙ୍କୁ ମୁମ୍ବାଇରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ ପୁରସ୍କୃତ କରାଯାଇଛି ।ଜଣେ ବିଶିଷ୍ଟ ପରିବେଶବିତ୍ ଭାବେ ଡକ୍ଟର ଖୋସ୍‌ଲାଙ୍କ କାମ କେବଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରଭାବ ସୃଷ୍ଟି କରିଛି । ଜାତୀୟ ଉପଦେଷ୍ଟା ପରିଷଦ ବୋର୍ଡ, ଜାତୀୟ ପରିବେଶ ବୋର୍ଡ, ବିଜ୍ଞାନ ଉପଦେଷ୍ଟା ପରିଷଦ ଓ ଦେଶର କ୍ୟାବିନେଟ୍ ଆଦିରେ ସେ କାମ କରିଛନ୍ତି ।୧୯୬୫ରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପରିବେଶ ଉପରେ ପାଠ୍ୟକ୍ରମ ପ୍ରଚଳନ କରିବାରେ ତାଙ୍କ ବିଶେଷ ଅବଦାନ ରହିଛି । ୧୯୭୨ରେ ସେ ବିକାଶଶୀଳ ଦେଶଗୁଡ଼ିକର ପରିବେଶକୁ ନେଇ ପ୍ରସ୍ତୁତ ପ୍ରଥମ ସରକାରୀ ଏଜେନ୍ସିର ନେତୃତ୍ୱ ନେଇଥିଲେ ଏବଂ ୧୯୮୩ରେ ନିରନ୍ତର ବିକାଶ ଉପରେ ଏକ ସାମାଜିକ ପ୍ରତିଷ୍ଠାନ ସ୍ଥାପନ କରିଥିଲେ ।ଏହି ଅବସରରେ ଗୋଦରେଜ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ନାଦିର ଗୋଦରେଜ କହିଛନ୍ତି ଯେ, “ଅଶୋକ ଖୋସଲାଙ୍କୁ ପ୍ରଥମ ସୋହରାବ ପିରୋଜସା ଗୋଦରେଜ ପରିବେଶ ପୁରସ୍କାର ପ୍ରଦାନ ଘୋଷଣା କରି ଆମେ ଆନନ୍ଦିତ । ତାଙ୍କ ଉଲ୍ଲେଖନୀୟ ସଫଳତା ଏବଂ ପରିବେଶ ପ୍ରତି ସମର୍ପଣ ଏକ ସ୍ଥାୟୀ ପ୍ରଭାବ ପକାଇଛି ଏବଂ ସେ ପ୍ରକୃତରେ ଏହି ପୁରସ୍କାରର ଭାବନାକୁ ପ୍ରତିଫଳିତ କରିଛନ୍ତି । ଯେତେବେଳେ ଆମେ ତାଙ୍କ ସଫଳତାକୁ ପାଳନ କରୁଛୁ ଆମେ ପରିବେଶ ପରିଚାଳନା ଏବଂ ନିରନ୍ତରତା ପ୍ରତି ଆମର ପ୍ରତିବଦ୍ଧତା ଜାରି ରଖିବାକୁ ପ୍ରେରଣା ପାଉଛୁ ।’’ଡ. ଅଶୋକ ଖୋସଲା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ଚଳିତ ବର୍ଷ ପରିବେଶ ପାଇଁ ଏସପି ଗୋଦରେଜ୍ ପୁରସ୍କାର ପାଇ ମୁଁ ଗର୍ବ ଅନୁଭବ କରୁଛି । ମୋ ସଂଗଠନ ଡେଭଲପମେଂଟ୍ ଅଲଟରନେଟିଭସ୍ ଗୋଦରେଜ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ସହାୟକ କମ୍ପାନି ସହ ଅନେକ ପରିବେଶ ଏବଂ ଜୀବିକା ପ୍ରସଙ୍ଗରେ କାମ କରିଛି । ଜଣେ ବୈଜ୍ଞାନିକ ଭାବରେ ମୁଁ ଭାବୁଛି ପୃଥିବୀ ଏବଂ ଲୋକମାନଙ୍କର ସାମୂହିକ ଦୃଷ୍ଟିକୋଣକୁ ସହଜ ଉପାୟରେ ହାସଲ କରିବା ପାଇଁ ଉଦ୍ଭାବନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ବର୍ଷ ବର୍ଷ ଧରି ଡିଏରେ ମୋ ଟିମ୍ ଏବଂ ମୁଁ ଏହି ସମନ୍ୱୟ ହାସଲ କରିବାକୁ ଚେଷ୍ଟା କରିଛୁ । ମୋର ଅବଦାନ କ୍ଷୁଦ୍ର, କିନ୍ତୁ ମୁଁ ଆଶା କରୁଛି ଯେ ଏହି ପୁରସ୍କାର ଯୁବ ମନକୁ ପୃଥିବୀ ମାତା ଏବଂ ଆମ ମଣିଷ ସମେତ ଏହାର ପ୍ରଜାତିଗୁଡ଼ିକର ସୁରକ୍ଷା ଦିଗରେ ଏକ ଠୋସ୍ ପରିବର୍ତନ ସୃଷ୍ଟି କରିବା ଦିଗରେ ଏକ ଆନ୍ଦୋଳନ ଭାବରେ ଆଗେଇ ଆସିବାକୁ ପ୍ରେରଣା ଦେବ ।’’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ