ଡଙ୍ଗା ଦୁର୍ଘଟଣା : ମୁତ ଦେହ ଉଦ୍ଧାର

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଂଚଳରେ ବାଲିମେଳା ଜଳଭଣ୍ଡାର ରେ ଡଙ୍ଗା ବୁଡି ଘଟଣା ରେ ଦୁଇ ଜଣ ନିଖୋଜ ଥିଲେ । ଆଜି ସକାଳ ଦୁଇ ନିଖୋଜ ଥିବା ବ୍ୟକ୍ତି ଶବ ଉଦ୍ଧାର ହୋଇଛି। । ନାରିଙ୍ଗ ଝୋଲା ଗ୍ରାମରେ ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନିଜଣ ଫେରିବା ସମୟରେ ଓରାପଦର ପାଖରେ ଡଙ୍ଗା ବୁଡି ଯାଇଥିଲା । ଯଦ୍ବାରା ଦୁଇ ନିଖୋଜ ଥିବା ବେଳେ ଜଣେ ପହଁରି ଓରାପଦର କୂଳରେ ପହଂଚି ଥିଲା । ମୃତ ହୋଇଥିବା ବ୍ୟକ୍ତି ଙ୍କ ପରିଚୟ ଜଗନ୍ନାଥ ଗୋଲାରୀ ଓ ପିତାମ୍ବର ମୁଦୁଲି । ଯୋଡ଼ାମ୍ଭ ପୋଲିସ ଓ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ଉଦ୍ଧାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ