ବିଜୁ ଛାତ୍ର ଜନତା ଦଳ ତରଫରୁ ଯୁକ୍ତ ୨ ପରୀକ୍ଷାର୍ଥୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ତୃତୀୟ ଦିନରେ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ପରୀକ୍ଷାର୍ଥୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ କ୍ବାସ ପାଣି ବଣ୍ଟନ କରାଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି ଜଳ ସେବା କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଶ୍ରୀ ଅଭିଷେକ ମହାପାତ୍ର , ଛାତ୍ର ନେତା ଲାଲବାହାଦୂର ନାଏକ, ଭୋଳାଶଙ୍କର ପାତ୍ର, ଯୋଗେଶ ରଣା, ମନୋରଞ୍ଜନ ମୁଣ୍ଡ ପ୍ରମୁଖ ଯୋଗଦେଇ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶହଶହ ପରୀକ୍ଷାର୍ଥୀ ଏବଂ ବାଟୋଇ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ କ୍ବାସ ପାଣି ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ