କେକେଏସ କଲେଜରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା) :-କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ୧୯ ତାରିଖରୁ ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ସୁମନ ନନ୍ଦୀ ଓ ପ୍ରଜ୍ଞାପାରମିତା ଦାସ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁବ୍ରତା ଦେବଙ୍ଗନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଆଡମିନଷ୍ଟ୍ରେଟର ବର୍ସାର ସଞ୍ଜୟ କୁମାର ସ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ପ୍ରଶିକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ଅବସରରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ପ୍ରୋଗ୍ରାମ ସଂଯୋଜକ ଡ. ରିଙ୍କି ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ପୂର୍ବାସା କର, ଡ. ପ୍ରିୟଦର୍ଶିନୀ ପରିଡ଼ା, ପଦ୍ମାଳୟା ଜାଲ, ସ୍ମିତାରାଣୀ କୁଲୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


