ଡବ୍ଲୁଏଚ୍ଓ ଉପରେ ହୋଇପାରେ ଭାରତର ଦବ୍ଦବା !
ଭୁବନେଶ୍ୱର, (ୱାଇଏନ୍ଏସ୍):ଚୀନ୍କୁ କରୋନା ଉତ୍ପତି ସ୍ଥଳ ଭାବେ ପ୍ରାୟ ସବୁ ରାଷ୍ଟ୍ର ମାନି ନେଇଛନ୍ତି । ଏଥିନେଇ ସାରା ବିଶ୍ୱ ଆଜି ଚୀନ୍ର ଏହି କାର୍ଯ୍ୟକୁ ଘୃଣା ଚକ୍ଷୁରେ ଦେଖୁଛି । କୋରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଏବେ ଚୀନ ବିରୋଧରେ ଏକଜୁଟ ହେବାରେ ଲାଗିଛନ୍ତି। ଏହି ଭାଇରସକୁ ସମଗ୍ର ବିଶ୍ୱରେ ପ୍ରସାର କରି ନିନ୍ଦୀତ ହୋଇଛି ଚୀନ। ଏପରିକି ଚୀନକୁ ପରୋକ୍ଷରେ ସମର୍ଥନ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଚୀନରୁ ଶିଳ୍ପାନୁଷ୍ଠାନ ଗୁଡ଼ିକ ଧିରେଧିରେ ଭାରତ ମୁହାଁ ମଧ୍ୟ ହେବାକୁ ଲାଗିଲେଣି। ଭାରତ ପାଇଁ ମଧ୍ୟ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏକ ଉଚ୍ଚ କ୍ଷମତା ମିଳିବାର ସମ୍ଭାବନା ଦେଖାଦେଇଛି। ଚଳିତ ମାସରେ ସଂଗଠନର ଏକଜିକ୍ୟୁଟିଭ ବୋର୍ଡ଼ର ଅଧ୍ୟକ୍ଷ ପଦ ଭାରତକୁ ମିଳିବାର ସମ୍ଭାବନା ଅଧିକ ରହିଛି। ଏହି ପଦ ଉପରେ ପୂର୍ବରୁ ଚୀନ ଅଧିନରେ ରହି ଆସିଥିଲା। ଏହି ପଦ ମିଳିଲେ ସଂଗଠନର ସବୁଠାରୁ କ୍ଷମତାଶାଳୀ ସଦସ୍ୟ ଭାବେ ଭାରତ ହୋଇଯିବ। ସଂଗଠନର ନୀତି ଗଠନରେ ମଧ୍ୟ ଭାରତର ଭାଗିଦାରୀ ରହିବ। ତେବେ ସଂଗଠନର ଏହି ପଦ ପାଇଁ ଭାରତକୁ ଆମେରିକା ଓ ଅଷ୍ଟ୍ରେଲିଆ ସମର୍ଥନ ଜଣାଇଛନ୍ତି।


