ଡ଼ଃ କୁମୁଦ ଚନ୍ଦ୍ର ବେହେରା ସଂଯୁକ୍ତ ସନାତନ ଗୋରକ୍ଷା ବାହିନୀର ଓଡିଶା ରାଜ୍ୟ ସମ୍ପାଦକ ମନୋନୀତ

ବୁଗୁଡା, (ଅନିଲ କୁମାର ମହାରଣା):ସଂଯୁକ୍ତ ସନାତନ ଗୋରକ୍ଷା ବାହିନୀ ର ପ୍ରତିଷ୍ଠାତା ତଥା ଜାତୀୟ ସଭାପତି ଠାକୁର ଜୀଶାନ ଚୌହାନଙ୍କ ନିର୍ଦ୍ଦେଶାନାମା ପ୍ରକାରେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତର ବାଦୁଆ ଗ୍ରାମର ଡକ୍ଟର କୁମୁଦ ଚନ୍ଦ୍ର ବେହେରାଙ୍କୁ ଓଡିଶା ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଜାତୀୟ ସଭାପତି ଶ୍ରୀ ଚୌହାନ ଓଡିଶା ରାଜ୍ୟ ସଭାପତି ବାବା ହରି ଶଙ୍କର ସ୍ୱାମୀ ଓ ଜାତୀୟ ସ୍ତରର ଅନ୍ୟାନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରି ସଂଯୁକ୍ତ ସନାତନ ଗୋରକ୍ଷା ଦାହିନୀର ଓଡିଶା ରାଜ୍ୟ ସମ୍ପାଦକ ଭାବେ ଡକ୍ଟର କୁମୁଦ ଚନ୍ଦ୍ର ବେହେରାଙ୍କୁ ମନୋନୀତ କରିଛନ୍ତି। ଶ୍ରୀ ବେହେରା ଜଣେ ବିଶିଷ୍ଟ ସମାଜସେବୀ ଭାବେ ଦଳିତ ଜାତିର ଲୋକଙ୍କ ପାଇଁ ବହୁ ସେବା କରିଛନ୍ତି। ବର୍ତ୍ତମାନ ମନୋନୀତ ହୋଇଥିବା ଏହି ଜାତୀୟ ସ୍ତରୀୟ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗାଈ ଗୋରୁଙ୍କ ସୁରକ୍ଷା କରିବା ସହ ଗୋବର ଓ ଗୋମୂତ୍ରରୁ ଔଷଧ ନିର୍ମାଣ କରିବା। ସଂଗଠନ ପକ୍ଷରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୋସାଲା ନିର୍ମାଣ କରି ଗୋସେବା କରିବା ପାଇଁ ଯୋଜନା କରାଯାଇଛି। ବୁଗୁଡା ବ୍ଳକର ବିଶିଷ୍ଟ ସମାଜସେବୀ ଡକ୍ଟର କୁମୁଦ ଚନ୍ଦ୍ର ବେହେରାଙ୍କୁ ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ଯୋଗୁଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ