ଡାଃ ହରିଭାଇ ଆର୍ଯ୍ୟନ ହେଲେ ଅଖିଲ ଭାରତୀୟ ଯୋଗ ଶିକ୍ଷକ ମହାସଂଘର ଯୁଗ୍ମ ସଚିବ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ଯୋଗ ଗୁରୁ ଡାଃ ହରିଭାଇ ଆର୍ଯ୍ୟନ ଅଖିଲ ଭାରତୀୟ ଯୋଗ ଶିକ୍ଷକ ମହାସଂଘର ଯୁଗ୍ମ ସଚିବ ଭାବେ ମନୋନୀତ ହୋଇଥିବା ଜଣାପଡିଛି। ଜାତୀୟ ସ୍ତରରେ ଯୋଗ ଶିକ୍ଷକଙ୍କ ସର୍ବାଙ୍ଗୀନ ବିକାଶ ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ସରକାରଙ୍କ ସହିତ ଆଲୋଚନା ଓ ଦିଶା ନିର୍ଦ୍ଦେଶ ଦିଗରେ ସୁପରିଚିତ ଭାରତର ସର୍ବ ବୃହତ ସଂଗଠନର ବିଭିନ୍ନ ପଦ ପଦବୀ ପାଇଁ ଅନୁଷ୍ଠିତ ମନୋନୟନ କମିଟିର ସୁପାରିସ ତଥା ଅଖିଳ ଭାରତୀୟ ଯୋଗ ଶିକ୍ଷକ ମହାସଂଘର ଅଧ୍ୟକ୍ଷ ମଙ୍ଗେସ୍ ତ୍ରିବେଦୀଙ୍କ ଅନୁମୋଦନ କ୍ରମେ ଅଞ୍ଚଳରେ ଯୋଗର ଉଚ୍ଚ ସ୍ତରୀୟ ଶିକ୍ଷା ପ୍ରଦାନ କରିବା ସହ ସମାଜର ସମସ୍ତ ବର୍ଗଙ୍କୁ ଯଥୋଚିତ ଯୋଗ ବାର୍ତ୍ତା ପ୍ରଦାନ କରିବା ଓ ବିଭିନ୍ନ ସଂଗଠନକୁ ସୁଦୃଢ କରିବା ପାଇଁ ସଫଳ ଓ ସୁଖ୍ୟାତି ଲାଭ କରିଥିବା ଡାଃ ହରିଭାଇ ଆର୍ଯ୍ୟନଙ୍କୁ ରାଷ୍ଟ୍ରୀୟ ସ୍ତରରେ ଯୁଗ୍ମ ସଚିବ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଡାଃ ଆର୍ଯ୍ୟନ ଦିର୍ଘ 25 ବର୍ଷ ଧରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ପ୍ରକାର ଲୋକଙ୍କ ପାଖରେ ଯୋଗ ବାର୍ତ୍ତାର ପ୍ରସାରରେ ଜୀବନକୁ ସମର୍ପିତ କରିବା ସହ ସମାଜରେ ଏକ ଭିନ୍ନ ସୁସ୍ଥ ସ୍ଥିତି ସ୍ଥାପନ କରିଛନ୍ତି। ଗୁରୁକୁଳ ଶିକ୍ଷା ଅନେକ ଗୁରୁଙ୍କ ସାନ୍ନିଧ୍ୟ,ଦୀର୍ଘବର୍ଷ ଧରି ସଂଘର୍ଷ ଓ ଉଚ୍ଚ ଶିକ୍ଷାର ପ୍ରତିଫଳନ ବୋଲି ସ୍ୱୀକାର କରିବା ସହ ସମ୍ପୃକ୍ତ ଯୋଗ ଶିକ୍ଷକଙ୍କ ଉନ୍ନତି କଳ୍ପେ ଯଥାସାଧ୍ୟ ଉଦ୍ୟମ କରିବା ପାଇଁ ଚେଷ୍ଟା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ପଦ ସହିତ ଆରୋଗ୍ୟ ଭାରତୀ,ଆର୍ୟା ବୀର ଦଳ,ଏନଆଇଏଚ,ଆଇଏନପିଏ,ପ୍ରକୃତି ନିବାସ ରାଷ୍ଟ୍ରୀୟ ଓ ଓଡିଶା ଓ ସର୍ବ ଭାରତୀୟ ସ୍ଥରରେ କ୍ଷ୍ୟାତି ସମ୍ପନ୍ନ ଯୋଗଗୁରୁ ଡ଼ ହରିଭାଇ ଆର୍ଯ୍ୟାନଙ୍କୁ ଓଡିଶା ରାଜ୍ୟରୁ ଏକମାତ୍ର ଅନ୍ତରାଷ୍ଟୀୟ ଯୋଗଗୁରୁ ଗୈାରବ ସମ୍ନାନ ୨୦୨୩ ପାଇଁ ମନୋନିତ ହେବା ସହ ଅନେକ ସଂଗଠନର ରାଜ୍ୟ ସ୍ତରରେ ଉଚ୍ଚ ପଦବୀରେ ମଧ୍ୟ ସେବା ପ୍ରଦାନ କରୁଛନ୍ତି। ଅଖିଲ ଭାରତୀୟ ଯୋଗ ଶିକ୍ଷକ ମହାସଂଘର ଯୁଗ୍ମ ସଚିବ ପଦ ପାଇବା ପରେ ତାଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସମେତ ବିଭିନ୍ନ ମୋହଲରୁ ଶୁଭେଚ୍ଛାର ସୁଅ ଚୁଟିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ