ଦୀପାବଳି : ପରିବାର ସୁଖ ସମୃଦ୍ଧି ଲାଗି ଦିଅନ୍ତୁ ଧ୍ୟାନ

ଆଲୋକର ପର୍ବ ଦୀପାବଳି । ଏହି ପର୍ବରେ ଘରର ସୁଖ ସମୃଦ୍ଧି ଲାଗି ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ । ଏହି ଦିନରେ ମହାକାଳୀଙ୍କ ପୂଜା ଲାଗି ଘର ସାଜସଜ୍ଜା କରାଯାଇଥାଏ । ତେବେ ଜାଣନ୍ତୁ ଏହି ଦିନରେ କେଉଁସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ।
ଦୀପାବଳି ଦିନ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ବୟୋଜ୍ୟେଷ୍ଠମାନଙ୍କ ଆଶୀର୍ବାଦ ନିଅନ୍ତୁ । ପୁଣି ସନ୍ଧ୍ୟାରେ ସ୍ନାନକରି ମା’କାଳୀଙ୍କ ପୂଜା ପ୍ରସ୍ତୁତିରେ ଲାଗିପଡ଼ନ୍ତୁ । ପରେ ମହାଲକ୍ଷ୍ମୀଙ୍କ ଫଟୋ ଲଗାଇ ଗଣେଶଙ୍କୁ ସ୍ଥାପନା କରି ପୂଜା ଆରମ୍ଭ କରନ୍ତୁ । ଘରେ ପ୍ରସ୍ତୁତ ଭୋଜନ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଠାକୁର ଘରେ ନିଜର ଇଷ୍ଟଦେବାଦେବୀଙ୍କ ନିକଟରେ ଦୀପ ଲଗାଇ ସାରିବା ପରେ ବାହାରେ ଲଗାନ୍ତୁ । ପୂଜାରେ ଲକ୍ଷ୍ମୀ ଓ ଗଣେଶଙ୍କ ନିକଟରେ ଲଡ଼ୁଭୋଗ ଲଗାନ୍ତୁ । ଏପରି କଲେ ଘରେ ସୁଖ ସମୃଦ୍ଧି ବଜାୟ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ