ଡାକରାବାଡ଼ି ପ୍ରଥାମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚନ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଏଲିମେଣ୍ଟାରୀ ବିଦ୍ୟାଳୟ ଗୁଡିକର କାନ୍ଥରେ ଲୋଗୋ ଅଙ୍କନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି ନିର୍ଦ୍ଦେଶ ପ୍ରକାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଅଙ୍କନ ଓ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବା ଜଣାପଡିଛି । ସେହି ପ୍ରରିପେକ୍ଷିରେ ବୁଗୁଡା ବ୍ଲକର ଡାକରାବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଲୋଗୋ ଉନ୍ମୋଚିତ ହୋଇଯାଇଛି । ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପାତ୍ରଙ୍କ ସମେତ ବିଦ୍ୟାଳୟ ଏସଏମସି ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ସହକାରୀ ଶିକ୍ଷକ ଆଦିତ୍ୟ କୁମାର ପ୍ରଧାନ, ଓ ସନ୍ତୋଷ କୁମାର ସ୍ୱାଇଁ ଏବଂ ଶିକ୍ଷୟିତ୍ରୀ ସଙ୍ଗୀତ କୁମାରୀ ମଲ୍ଲିକ ଙ୍କ ସମେତ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ