କଟକରୁ ହଟିବ ସଟଡାଉନ, ଖୋଲିବ ସପିଂ ମଲ୍
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ସଡଟାଉନ ହଟିବ । ଆସନ୍ତାକାଲି ଠାରୁ ସଟଡାଉନ ହଟିବା ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଏହାଛଡ଼ା ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରହିବ ବୋଲି ସିଏମସି ପକ୍ଷରୁ ସୂଚନା ମିଳିଛି । ସନ୍ଧ୍ୟା ୭ଟାରୁ ସକାଳ ୫ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରହିବ । ୫୦% କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ଖୋଲା ରହିବ । କୋଭିଡ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ ମଧ୍ୟ ଖୋଲାଯିବ ବୋଲି ଜଣାଯାଇଛି ।


