ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ ଏକାଧାରରେ ଥିଲେ ସୁପ୍ରଶାସକ ଓ ଦରଦୀ ମଣିଷ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗଗପୁର ପୌରାଞ୍ଚଳ ଅନ୍ତର୍ଗତ ଈଚିଣ୍ଡା ଗ୍ରାମର ସ୍ୱର୍ଗତ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କର ଆଜିର ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଝାଡଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ବର୍ଷିଆନ ବିଜେପି ନେତା ମନୋରଂଜନ ମହାନ୍ତି, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ଉପସଭାପତି ମନୋଜ ଦାସ,ରାଇରଙ୍ଗପୁର ନଗର ବିଜେପି ସଭାପତି ମନୋଜ ଦାସ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସଭାପତି ମନୋଜ ଦାସ,ରାଇରଙ୍ଗପୁର ନଗର ବିଜେଡି ସଭାପତି ପ୍ରଭାତ ପଟନାୟକ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇ ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲଯ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅତିଥି ଗଣ କହିଥିଲେ ସ୍ୱର୍ଗତ ଛତିଶ ମହାନ୍ତ ଥିଲେ ଜଣେ ସୁପ୍ରଶାସକ, କଷ୍ଟ ସହିଷ୍ନୁ, ଦାୟିତ୍ୟବାନ, ନିଷ୍ଠାପର ସମାଜସେବୀ ଓ ଦରଦି ମଣିଷ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ନବ ନିର୍ମାତା ଥିଲେ ସ୍ୱର୍ଗତ ଛତିଶ ମହାନ୍ତ ।ତାଙ୍କର ଉଦ୍ୟମ ପ୍ରଚେଷ୍ଟା ଯୋଗୁଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ନବ କଳେବର ହୋଇପାରିଛି । ତାଙ୍କରି ପ୍ରଚେଷ୍ଟାରେ ରାଇରଙ୍ଗପୁର ହସ୍ପିଟାଲ ରାଜ୍ୟ ସ୍ତରରେ ବେଶ ସୁନାମ ଓ ଵହୁ ପୁରଷ୍କାର ଅର୍ଜନ କରିଥିଲା । ସେ ସଚା ମାନବଧର୍ମ ପାଳନ କରିଥିଲେ ।ତାଙ୍କରି ସମୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା ।ବାମନଘାଟୀ ଉପଖଣ୍ଡବାସୀଙ୍କ ହୃଦୟରେ ସେ ସବୁଦିନ ଅଭୁଲା ସ୍ମୃତି ହୋଇ ରହିଥିବେ ବୋଲି ଅତିଥିଗଣ କହିଥିଲେ ।


