ଡା. ହିମାଂଶୁ କୁମାରଙ୍କୁ ଶ୍ରେଷ୍ଠ ଡାକ୍ତର ସମ୍ମାନ

ଯାଜପୁର : ସ୍ୱାଧୀନତା ଦିବସ ଅବସରରେ ଏନ୍.ସି. ମହାବିଦ୍ୟାଳୟ ପଡିଆ ଠାରେ ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଜିଲ୍ଳ୍ାର ଶ୍ରେଷ୍ଠ ଚିକିତ୍ସକ ଭାବେ ବୈତରଣୀ ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସକ ଡା. ହିମାଂଶୁ କୁମାରଙ୍କୁ ସମ୍ୱର୍ଦ୍ଧିତ କରିଚ୍ଥନ୍ତି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆକୁଳି ମେକାପଙ୍କ ସ୍ମୃତିରେ ପ୍ରତ୍ୟେକ ବର୍ଷ ଜିଲ୍ଳ୍ାରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଣେ ଶ୍ରେଷ୍ଠ ଡାକ୍ତରଙ୍କୁ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ଏହି ସମ୍ମାନଟି ଡା. ହିମାଂଶୁ କୁମାରଙ୍କୁ ମନ୍ତ୍ରୀ ଦାଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ, ଜିଲ୍ଳ୍ା ଏସ୍.ପି. ଚରଣ ସିଂ ମିନା ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ମେକାପଙ୍କ ପୁତ୍ର ଆଦିତ୍ୟ ମେକାପ ଏହି ଟ୍ରପିଂ , ଉତ୍ତରୀୟ ଇତ୍ୟାଦି ବିଗତ ବର୍ଷ ଭଳି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ