ତହସିଲଦାର ଓ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶାସନର ଦ୍ୱାରସ୍ତ ହେଲେ ଟ୍ରାକ୍ଟର ମାଲିକ ।

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ବାଲି, ମୋରମ, ପଥର ଓ କୋଠାଗୃହ ନିର୍ମାଣ ସାମଗ୍ରୀ ନେଉଥିବା ବିଭିନ୍ନ ଟ୍ରାକ୍ଟର ଉପରେ ଜରିମାନା ତଥା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଟ୍ରାକ୍ଟର ମାଲିକ ମାନେ । ଆଜି ଏନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବାର ଜଣାପଡିଛି । ସେମାନେ ଜଣାଇଛନ୍ତି ଯେ ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ଆମ୍ଭେମାନେ ବାଲି, ଗୋଡି, ମୋରମ ଆଦି ସହ ବିଭିନ୍ନ କୋଠାବାଡି ନିର୍ମାଣ ନିମନ୍ତେ ନେଉଥିବା ସାମଗ୍ରୀ ଗୁଡିକୁ ରାସ୍ତାରେ ପୋଲିସ ଓ ରାଜସ୍ୱ ବିଭାଗ ଦ୍ୱାରା ଅଟକାଯାଇ ଜରିମାନା ଆଦାୟ କରୁଛନ୍ତି । ଯାହାଫଳରେ ଆମ୍ଭର ପ୍ରତିପୋଷଣ ଉପରେ ଆଞ୍ଚ ଆସୁଛି । ଆମ୍ଭେ ବିଭିନ୍ନ ସମୟରେ ବିଭିନ୍ନ ତହସିଲ ଅଞ୍ଚଳରେ ରୟାଲଟି ଏବଂ ଟିକସ ପୈଠ କରୁଅଛୁ । କିନ୍ତୁ ରାଜସ୍ୱ ଓ ପୋଲିସ ବିଭାଗ ତରଫରୁ ରାସ୍ତାଘାଟରେ ଧରି ୧୦ହଜାର ଟଙ୍କା ଠାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଛନ୍ତି । ଯାହାଫଳରେ ଆମ୍ଭର ଜୀବନ ଜୀବିକା ଉପରେ ପ୍ରଭାବପଡୁଛି ବୋଲି ଜଣାଇଛନ୍ତି । ଏପରି ପଦକ୍ଷେପ ଯୋଗୁଁ ଆମ୍ଭେମାନେ ଆଉ ଟ୍ରାକ୍ଟର ଚଳାଇବାରେ ସକ୍ଷମ ନାହୁଁ । ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଟ୍ରାକ୍ଟର ମାଲିକ ହରିଚନ୍ଦନ କଳିଙ୍ଗ, କେ.ରବି ରାଜ, ଡି.ଗୋପାଳ କ୍ରିଷ୍ଣା, ପି.ଶ୍ରୀନୁ, ବ ୱାଇ.ଯୁବରାଜ ପ୍ରମୁଖ ଜଣାଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ପ୍ରାୟ ୫୦ରୁ ଉର୍ଦ୍ଧ ଟ୍ରାକ୍ଟର ମାଲିକ ମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ