ତହସିଲ କାର୍ଯ୍ୟାଳୟ ଘେରିଲେ ଲୋକେ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ବିଭିନ୍ନ ପ୍ରକାର ସାଟିଫିକେଟ ପାଇଁ ମାସ ମାସ ଧରି ଆବେଦନ କରିଥିଲେ ବି ଲୋକଙ୍କୁ ସାଟିଫିକେଟ ମିଳୁନଥିବା ପ୍ରିବାଦରେ ଆଜି ଶତାଦବକ ଲୋକ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଏବେ ନାମଲେଖା ସିଜିନ ଚାଳୁଥିବାବେଳେ ହାଯଡିହି ତହସିଲରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ମାତ୍ର ତହସିଲରେ ଏହିସବୁ ଦାୟିତ୍ୱ ପାଇଁ ଥିବା କିରାଣୀ ଜଣକ ଠିକ ଭାବେ ଲୋକମାନଙ୍କୁ ସାଟିଫିକେଟ ଦେଇ ନପାରି କାଲି ଆସ, ପହରଦିନ ଆସ ବୋଲି କହି ଫେରାଉ ଥିଲେ । ନିଜ ଇଛା ମୁତବାକ କାର୍ଯ୍ୟ କରୁଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଚମାରତିରା ଗ୍ରାମର ବାବାଜି ଜେନାଙ୍କ ଅଭିଯୋଗ ଯେ ସେ ତାଙ୍କ ପୁଅର ଆଡମିସନ ପାଇଁ ମାସେ ହେଲା ସାଟିଫିକେଟ ନେବାପାଇଁ ଆବେଦନ କରିଥିଲେ । ସେ ୯ଥର ତହସିଲ କାର୍ଯ୍ୟାଳୟକୁ ଆସି ଫେରିଛନ୍ତି । ଗତକାଲି ସେ କାର୍ଯ୍ୟାଳୟକୁ ଆସିଥିବାବେଳେ ଏହି କର୍ମଚାରୀ ଜଣକୁ ଅନେକ କାକୁତି ମିନତୀ ହୋଇ ସାଟିଫିକେଟ କରିଦେବାକୁ ନେହୁରା ହୋଇଛନ୍ତି । କିନ୍ତୁ ସେ କର୍ମଚାରୀ ଜଣକ ମୁଁ ତୁମ କାମ କରିବି ନାହିଁ, ତୁମେ ଯାହା କରୁଛ କର ବୋଲି କହି ଫେରାଇ ଦେଇଥିଲେ । ସେହିପରି ମଉଦା ଗ୍ରାମର ଜଣେ ବ୍ୟକ୍ତି ଗତ ୧୫ତାରିଖରେ ସାଟିଫିକେଟ ପାଇଁ ଆବେଦନ କରିଥିଲେବି ଆଜି ପର୍ଯ୍ୟନ୍ତ ପାଇପାରି ନାହାନ୍ତି । ବାରମ୍ବାର ଆସୁଥିବାବେଳେ ୍ାଲି ଆସ, ପହରଦିନ ଆସ କରି ତାଙ୍କୁ ଫେରା ଯାଉଛି ବୋଲି ସେ କହିଛନ୍ତି । ସେହିପରି ଗୋପ ଗ୍ରାମର ଜଣେ ବ୍ୟକ୍ତିଙ୍କ ମାସେ ପୁର୍ବରୁ ତାଙ୍କ ଘର ପୋଡି ଯାଇଥିବାବେଳେ ତାଙ୍କୁ ଆଜିପର୍ଯ୍ୟନ୍ତ କ୍ଷତିପୁରଣ ମିଳିପାରୁନି । ସେ ବାରମ୍ବାର ଆସି ନିରାଶରେ ଫେରୁଥିବା ଅଭିଯୋଗ କରିଛନ୍ତି । ଆଜି ସକାଳେ ଶହଶହ ଲୋକ ବିଭିନ୍ନ ସାଟିଫିକେର୍ଟ ପାଇଁ ତହସିଲ କାର୍ଯ୍ୟାଳୟରେ ପହଞ୍ଚିବାପରେ ଉକ୍ତ କିରାଣୀ ଜଣକ ଆସିନଥିବା ଜାଣିବାରୁ ଲୋକମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶହଶହ ଲୋକ ତହସିଲ ସମ୍ମୁଖରେ ଠିଆ ହୋଇ ଏହାର ପ୍ରତିବାଦ କରିବା ସହିତ ଉପଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଥିଲେ । ତହସିଲଦାର କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଏହି ଖବର ଶୁଣି କାର୍ଯ୍ୟାଳୟକୁ ଆସି ଲୋକଙ୍କ ଠାରୁ ରସିଦ ଗୁଡିକ ସଂଗ୍ରହ କରି ତୁରନ୍ତ ସାଟିଫିକେଟ ଦେବାପାଇଁ ପ୍ରତିଶୃତି ଦେବାପରେ ଲୋକମାନେ ଆନେ୍ଦାଳନରୁ ହଟିଥିଲେ । ଏ ସମ୍ପର୍କରେ ତହସିଲଦାର ଙ୍କୁ ପଚାରିବାରେ ସେ କହିଛନ୍ତି ଯେ କର୍ମଚାରୀ ଜଣକ ଆଜି ଛୁଟିରେ ରହିଥିବାରୁ ସାଟିଫିକେଟ ପ୍ରଦାନରେ ବାଧଶ ଉପୁଜିଛି ବୋଲି କହିଛନ୍ତି । କିନ୍ତୁ ଏବେ ତହସିଲରେ ୧୮ହଜାର ସାଟିଫିକେଟ ଆବେଦନ କରାଯାଇଥିବା ଜାଣିବାକୁ ମିଳିଛି । ଅମଲା ମାନଙ୍କ ଆନେ୍ଦାଳନ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି ।


