ତାମ୍ବୀରି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ତାମ୍ବୀରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପୋଷାକ ବଣ୍ଟନ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏବିଇଓ ଅମିତା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ସିଆରସିସି ଶଶିକାନ୍ତ ପାତ୍ର, ଏବଂ ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି ଦେବ ପ୍ରସାଦ ନାୟକ, ମଙ୍ଗରାଜପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଖଡଙ୍ଗା, ଭୋଗଡ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ, ସାପୁଆପଲ୍ଲୀ ଶିକ୍ଷକ ନରେନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ କବିତା ରାଣୀ ସୁବୁଦ୍ଧି ଏବଂ ସହକାରୀ ଶିକ୍ଷକ ପ୍ରତାପ ଚନ୍ଦ୍ର ଆରୁଖ ଓ ପ୍ରଦୀପ କୁମାର ସେଠୀ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ