ଉତ୍କଟ ବେକାରୀ ସମସ୍ୟା ନିଯୁକ୍ତି ଦିଅ, ଲୁହାପଥର ନିଅ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଖଣିଜସଂପଦ ପ୍ରାଚୁର୍ଯ୍ୟ ଭରା ମୟୁରଭଞ୍ଜ ଜିଲ୍ଲାର ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଦୀପ ତଳ ଅନ୍ଧାର ଭଳି ଖଣି ଅଞ୍ଚଳର କୁଶଳୀ, ଅର୍ଧକୁଶଳୀ ,ଶିକ୍ଷିତ,କର୍ମଠ ଯୁବକମାନଙ୍କ ଦାଦନ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଦିର୍ଘ ଦଶନ୍ଧି ଧରି ଲୌହ ଖଣି ଚାଲିଛି । ହେଲେ ଏ ଅଞ୍ଚଳର ପ୍ରଗତି, ବେକାର ଯୁବକଙ୍କ ଭାଗ ଯେତେ ବଦଳି ନାହିଁ । ଖଣି ଅଛି ଆନୁସଂଗିକ କଳ କାରଖାନା ନାହିଁ । ଖାଲି ପୋତା ଧନ ଖୋଳ ଓ ରପ୍ତାନି କର ଯାହାକି ଲୋକଙ୍କ ଆର୍ଥିକ ବିକାଶର କାମର ଲାଗୁନି । ବେକାରୀ ସମସ୍ୟା ଉତ୍କଟ ନେଇ ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ବୈପ୍ଲବିକ ଅଣ ରାଜନୈତିକ ଅନୁଷ୍ଠାନ ପକ୍ଷରୁ ରାଇରଙ୍ଗପୁରସ୍ଥ କୁଡୁମି ଭବନ ପରିସରରେ ବୁଧବାର ପୂର୍ବାହ୍ନରେ ଏକ ଆଲୋଚନା ଚକ୍ର’ନିଯୁକ୍ତି ଦିଅ,ଲୁହାପଥର ନିଅ’ ଅନୁଷ୍ଠିତ ହୋଇଯାଇଛି । ଵାମନଘାଟୀ ଉପଖଣ୍ଡରେ ତିନୋଟି ଲୌହ ଖଣି ଅଛି । ଶତାବ୍ଦୀରୁ ଉର୍ଦ୍ଧ ଲୌହ ଖଣି ଅଛି ହେଲେ ଅଞ୍ଚଳ ବେକାରୀ ସମସ୍ୟା ରେଖା ହୁ ହୁ ବଢ଼ିଚାଲିଛି । ଖଣିରେ ବଡ଼ ବଡ଼ ମେସିନ,ବାହାର ରାଜ୍ୟର ଶ୍ରମିକ, ଶିଳ୍ପ ଓ କାରଖାନାର ନାଁ ଗନ୍ଧ ନାହିଁ,ସ୍ଥାନୀୟ ନିଯୁକ୍ତି ନାହିଁ ଏହାକୁ ନେଇ ଉପସ୍ଥିତ ଥିବା ସ୍ବେଛାସେବୀ, ସମାଜସେବୀ, ଶ୍ରମିକ ସଂଗଠନ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଆଲୋଚନାରେ ତିବ୍ର ପ୍ରତିକ୍ରିୟା ରଖିଥିଲେ । ଏଥିପାଇଁ ସରକାରଙ୍କୁ ଅବଗତ କରାଇଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଆଜିର ଆଲୋଚନାରେ ସମସ୍ତଙ୍କ ମତକୁ ନେଇ ଆସନ୍ତା ମାନବାଧିକାର ଦିବସ ୧୦ ଡିସେମ୍ବର ଦିନ ୨୪ ଘଣ୍ଟିଆ ଲୁହାପଥର ରପ୍ତାନି ବନ୍ଦ ନେଇ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଭଂଜସେନାର ପ୍ରତିଷ୍ଠାତା ସଭାପତି କଳିଙ୍ଗ କେଶରୀ ଜେନା, ସମାଜସେବୀ ଈଶାନ ମିଶ୍ର, ‘ପରିକ୍ରମା’ ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ ଦାସ,ଭାରତୀୟ ମଂଜୁର ସଂଘର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକ, ଜିଲ୍ଲା ଉପାଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା କାର୍ଯ୍ୟକାରିଣୀ ଅଧ୍ୟକ୍ଷ ରାକେଶ ସିଂ, ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ଗୋରୁ ମହିଷାଣୀ ବିକାଶ ପରିଷଦ ଅଧ୍ୟକ୍ଷ ଲକ୍ଷ୍ମଣ ଟୁଡୁ, ସୁମିତ ବଳ, ମୋହିତ ବିଶୋଇ, ରଂଜିତ ବେରା,ଅଂଜନ ବରାଳ, ମହମ୍ମଦ ଖାନ, ରଂଜନ ପାତ୍ର, ଶୁଭମ ପଣ୍ଡା, ଶିବରାଜ ମହାନ୍ତି,ଦୀପକ ମହାନ୍ତ, ରଂଜନ ବେଗ , ରଂଜିତ ରାଉତ ସମେତ ସୁଚିନ୍ତିତ ମତାମତ ଦେଇଥିଲେ । ଭଂଜସେନାର ଜିଲ୍ଲାରେ ବେକାରୀ ହଟାଅ ଅଭିଯାନ ପ୍ରୟାସ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


