ତିବ୍ରପ୍ରତିକ୍ରିୟା ପ୍ରକାଶ କଲା ଭାରତ
ନୂଆଦିଲ୍ଲୀ- ନନକାନା ସାହିବ ଗୁରୁଦ୍ୱାର ଉପରେ ହୋଇଥିବା ପଥରମାଡ଼କୁ ଭାରତ ତୀବ୍ର ନିନ୍ଦା କରିଛି ।ଶିଖମାନଙ୍କୁ ଧମକ ଦେବା ନେଇ ଭାରତ ଏହାର ପ୍ରତିକ୍ରିୟା ଦେଇଛି । ପାକିସ୍ତାନକୁ ଭାରତ କହିଛି ଯେ, ଏହା ଏକ ପବିତ୍ର ଧର୍ମସ୍ଥଳ ଓ ଶିଖମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ାକାର୍ୟ୍ୟାନୁଷ୍ଠାନ ନିଆଯାଉ । ଭାରତୀୟ ବିଦେଶ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି । ଶିଖ ସଂପ୍ରଦାୟ ଉପରେ ଆକ୍ରମଣ ଓ ଗୁରୁଦ୍ୱାରରେ ଭଙ୍ଗାରୁଜା ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେଉ । ଏଥି ସହିତ ପାକିସ୍ତାନ ସରକାରକୁ ପବିତ୍ର ନନକାନା ସାହିବ ଗୁରୁଦ୍ୱ୍ୱାରର ପବିତ୍ରତାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବା ଦରକାର । ସୂଚନାଅନୁସାରେ ଶୁକ୍ରବାର ଅପରାହ୍ନରେ ପ୍ରବଳ ଭିଡ଼ ଥିବା ବେଳେ ଗୁରୁଦ୍ୱାରକୁ କିଛି ଲୋକ ଅଚାନକ ଘେରାବନ୍ଦୀ କରିଥିଲେ । ଏହି ଘଟଣା ପରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଥିଲା । କିନ୍ତୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା ।


