ଜେକେ ଲୋନ ହସ୍ପିଟାଲ ପରିଦର୍ଶନରେ ଯିବେ ସଚିନ ପାଇଲଟ୍
କୋଟା- ଦିନକୁଦିନ ବଢିଚାଲିଛି ରାଜସ୍ଥାନର କୋଟାସ୍ଥିତ ଜେକେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ । ଶତାଧିକ ଶିଶୁଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସଭାପତି ସଚିନ ପାଇଲଟଙ୍କୁ ଜେକେ ଲୋନ ହସ୍ପିଟାଲ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୋନିଆଙ୍କ ନିର୍ଦ୍ଦେଶକ୍ରମେ ପାଇଲଟ ଆଜି କୋଟାଗସ୍ତ କରିବେ । ସୋନିଆ ଗାନ୍ଧୀ ତାଙ୍କୁ ଗସ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।


